ଓଡିଶାଦୁର୍ଘଟଣା

ଗଛକୁ ପିଟିଲା ବସ୍, ୭ ଗୁରୁତର

ଜଳେଶ୍ବର: ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବସ୍ । ଦୁର୍ଘଟଣାରେ ୭ ଜଣ ଗୁରୁତର ଆାହାତ ହୋଇଛନ୍ତିି । ବାଲିଆପାଳ ବସ୍ତା ରାସ୍ତାର କୁଟୁରା ଛକ ନିକଟରେ ଦୁର୍ଘଟଣା  ।ବସ୍ ଡ୍ରାଇଭର ସମେତ ୭ ଗୁରୁତରଙ୍କୁ ବସ୍ତା ମେଡିକାଲରେ ଭର୍ତ୍ତି  କରାଯାଇଛି । ପ୍ରାୟ ୩୦ ଯାତ୍ରୀଙ୍କୁ ନେଇ ବସ୍ତା ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବସ୍ ।

ପ୍ରାୟ ୩୦ ଯାତ୍ରୀଙ୍କୁ ଧରି ‘ନୁପୁର’ ନାମକ ଏକ ଘରୋଇ ବସ୍‌ ବାଲିଆପାଳରୁ ବାଲେଶ୍ୱର ଅଭିମୁଖେ ଯାଉଥିଲା। ମାତ୍ର ପୁଟୁରା ଛକ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଏକ ଗଛରେ ପିଟି ହୋଇଥିଲା। ତୁରନ୍ତ ସ୍ଥାନୀୟ ଲୋକେ ପହଞ୍ଚି ଆହତଙ୍କୁ ବସ୍ତା ମେଡିକାଲରେ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ବସ୍‌ ଡ୍ରାଇଭରଙ୍କ ସମେତ ୭ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ଘଟଣାସ୍ଥଳରେ ସିଂଲା ପୁଲିସ ପହଞ୍ଚି ବସ୍‌ଟିକୁ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି । ତେବେ ଡ୍ରାଇଭରଙ୍କ ଆଖି ଲାଖି ଯାଇଥିବାରୁ ଏହି ଦୁର୍ଘଟଣା ଘଟିଥିବା ଆଲୋଚନା ହେଉଛି।

Related posts

ଓଡି଼ଶା ପଖାଳକୁ ମିଳୁ ଜିଆଇ ଟ୍ୟାଗ ମାନ୍ୟତା

mahabharatanews

ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ

mahabharatanews

ଇଫକୋର ସଡକ ସୁରକ୍ଷା ସପ୍ତାହ ପାଳିତ

mahabharatanews