(ନେପାଳ) : ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଲେ ୬ ଭାରତୀୟ ତୀର୍ଥଯାତ୍ରୀ । ନେପାଳର ମଣ୍ଢେଶ ପ୍ରଦେଶରେ ବାରା ଜିଲ୍ଲାରେ ଆଜି ବସ୍ ଦୁର୍ଘଟଣା ହୋଇ ୬ ଭାରତୀୟ ତୀର୍ଥଯାତ୍ରୀଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଛି। ବସ୍ଟି ରାଜସ୍ଥାନର କିଛି ତୀର୍ଥଯାତ୍ରୀଙ୍କୁ ଧରି ଯାତ୍ରା କରୁଥିବାବେଳେ ଚୁରିୟାମୟୀ ମନ୍ଦିରର ଦକ୍ଷିଣ ନଦୀକୂଳରେ ଏହା ରାସ୍ତା ଉପରୁ ୫୦ ମିଟର ତଳକୁ ଖସି ପଡ଼ିଥିଲା। ଫଳରେ ୬ ଭାରତୀୟଙ୍କ ମୃତ୍ୟୁ ହୋଇଯାଇଛି।
ସୂଚନାନୁଯାୟୀ , ଦୁର୍ଘଟଣାରେ ଜଣେ ନେପାଳ ନାଗରିକଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୧୯ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା ସମୟରେ ବସ୍ରେ ମୋଟ୍ ୨୬ ଜଣ ଯାତ୍ରୀ ଥିଲେ। ଆହତମାନଙ୍କୁ ବିଭିନ୍ନ ହସ୍ପିଟାଲ୍ରେ ଚିକିତ୍ସା କରାଯାଉଛି।