ଭାରତ

ନେପାଳ ବସ୍‌ ଦୁର୍ଘଟଣାରେ ପ୍ରାଣ ହରାଇଲେ ୬ ଭାରତୀୟ ତୀର୍ଥଯାତ୍ରୀ

 (ନେପାଳ) : ବସ୍‌ ଦୁର୍ଘଟଣାରେ ପ୍ରାଣ ହରାଇଲେ ୬ ଭାରତୀୟ ତୀର୍ଥଯାତ୍ରୀ । ନେପାଳର ମ‌ଣ୍ଢେଶ ପ୍ରଦେଶରେ ବାରା ଜିଲ୍ଲାରେ ଆଜି ବସ୍‌ ଦୁର୍ଘଟଣା ହୋଇ ୬ ଭାରତୀୟ ତୀର୍ଥଯାତ୍ରୀଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଛି।  ବସ୍‌ଟି ରାଜସ୍ଥାନର କିଛି ତୀର୍ଥଯାତ୍ରୀଙ୍କୁ ଧରି ଯାତ୍ରା କରୁଥିବାବେଳେ ଚୁରିୟାମୟୀ ମନ୍ଦିରର ଦକ୍ଷିଣ ନଦୀକୂଳରେ ଏହା ରାସ୍ତା ଉପରୁ ୫୦ ମିଟର ତଳକୁ ଖସି ପଡ଼ିଥିଲା। ଫଳରେ ୬ ଭାରତୀୟଙ୍କ ମୃତ୍ୟୁ ହୋଇଯାଇଛି।

ସୂଚନାନୁଯାୟୀ , ଦୁର୍ଘଟଣାରେ ଜଣେ ନେପାଳ ନାଗରିକଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୧୯ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା ସମୟରେ ବସ୍‌ରେ ମୋଟ୍‌ ୨୬ ଜଣ ଯାତ୍ରୀ ଥିଲେ। ଆହତମାନଙ୍କୁ ବିଭିନ୍ନ ହସ୍ପିଟାଲ୍‌ରେ ଚିକିତ୍ସା କରାଯାଉଛି।

Related posts

କମିଲା ବ୍ୟବସାୟିକ ସିଲିଣ୍ଡରର ଦର

mahabharatanews

ମର୍ମନ୍ତୁଦ ଦୁର୍ଘଟଣା; କାର୍‌କୁ ପିଟିଲା ବସ୍‌, ୭ ମୃତ

mahabharatanews

ବଲିଉଡର ହି-ମ୍ୟାନ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବରକୁ ଖଣ୍ଡନ କରିଛି ପରିବାର

mahabharatanews