ଓଡିଶା

ଗାଡି ଚଳାଚଳ ସ୍ୱାଭାବିକ

(ଭୁବନେଶ୍ୱର) :  ଷ୍ଟିୟରିଂ ଛାଡ ଆନ୍ଦୋଳନ ସ୍ଥଗିତ ରଖିଲା ଡ୍ରାଇଭର ସଂଘ । ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହାର ନିଷ୍ପତ୍ତି ନେଇଛି ଡ୍ରାଇଭର ମହାସଂଘ । ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିବାକୁ ଭିଡିଓ ବାର୍ତ୍ତା ଜାରି କରି ଆହ୍ୱାନ ଦେଇଥିଲେ ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି ।

ସୂଚନାନୁଯାୟୀ , ରାଜ୍ୟ ସରକାର ଆମ ଦାବି ଶୁଣିଛନ୍ତି । ତେଣୁ ଆନ୍ଦୋଳନରୁ ଓହରି ଯାଆନ୍ତୁ ଓ ନିଜ ନିଜ କାର୍ଯ୍ୟରେ ଲାଗିପଡ଼ନ୍ତୁ । ଦରକାର ପଡ଼ିଲେ ଭବିଷ୍ୟତରେ କେନ୍ଦ୍ର ସରକାରଙ୍କ ଆଇନ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବା । ଅନ୍ୟ ସମସ୍ତ ରାଜ୍ୟ ଆନ୍ଦୋଳନକୁ ଓହ୍ଲାଇଲେ ଆମେ ମଧ୍ୟ ଓହ୍ଲାଇବା । ସେହିପରି ପରିବହନ କମିଶନର ଅମିତାଭ ଠାକୁର କହିଛନ୍ତି, ସଂଘ ସହିତ ହୋଇଥିବା ଆଲୋଚନା ସକାରାତ୍ମକ ରହିଛି ।

Related posts

ଗତ ୨୪ ଘଣ୍ଟାରେ ରାଜ୍ୟରୁ ୧୦୮ କରୋନା ସଂକ୍ରମିତ ଚିହ୍ନଟ

mahabharatanews

ସ୍ୱାର୍ଥରେ ଆଞ୍ଚ ଆସିଲେ ରାମ ହୋଇଯାଏ ରାବଣ

mahabharatanews

ବଲାଙ୍ଗୀର ଅଗ୍ରସେନ ଭବନ ରେ ଧୁମ ଧାମ ରେ ପାଳନ ହେଲା ମହାବୀର ଜୟନ୍ତୀ

mahabharatanews