ଓଡିଶା

କଲେଜ ପରିସରରେ ଉତ୍ତେଜନାର ମାହୋଲ

ଭଦ୍ରକ: କଲେଜ ପରିସରରେ ଘଟିଯାଇଛି ଏକ ସଡକ ଦୁର୍ଘଟଣା । ଏଭଳି ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି କଲେଜର ଜଣେ ଛାତ୍ରୀ । ଏହାପରେ କଲେଜରେ ଉତ୍ତେଜନା ଦେଖାଯାଇଛି ।

ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ସ୍କୁଟିରେ ଆସୁଥିବା ଜଣେ ଛାତ୍ରୀଙ୍କୁ କଲେଜ ଗେଟ ନିକଟରେ ଏକ ଟ୍ରକ ଧକ୍କା ଦେଇଛି । ଏହାପରେ କଲେଜ ପରିସରରେ ସୃଷ୍ଟି ହୋଇଛି ଉତ୍ତେଜନାର ମାହୋଲ । ଉତ୍ତ୍ୟକ୍ତ ଛାତ୍ରଛାତ୍ରୀମାନେ ଟ୍ରକଟିକୁ ଭାଙ୍ଗି ଦେବା ସହିତ ମଲେଜ ମୁଖ୍ୟ ଫାଟକକୁ ତାଲା ପକାଇ ନାରାବାଜି ଦେଉଛନ୍ତି । ସେପଟେ ଆହତ ଛାତ୍ରୀଙ୍କୁ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ପରିସ୍ଥିତିକୁ ଦୃଷ୍ଟିିରେ ରଖି ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି ।

Related posts

“ବିକାଶମୂଳକ କାମରେ ବାଧା ଦେଉଛନ୍ତି ବିରୋଧୀ”: ଭି କେ ପାଣ୍ଡିଆନ

mahabharatanews

ପିକ୍ଅପକୁ ପିଟିଲା ଟ୍ରକ, ୪ ବ୍ୟାଣ୍ଡପାର୍ଟି ସଦସ୍ୟ ମୃତ, ୮ ଗୁରୁତର

mahabharatanews

ଭୁବନେଶ୍ୱରରୁ ୧୧ ଚିହ୍ନଟ

mahabharatanews