(ଭୁବନେଶ୍ୱର) : ଆସନ୍ତା ଡିସେମ୍ବର ପହିଲାରେ ହେବାକୁ ଥିବା ବସ୍ ଧର୍ମଘଟକୁ ପ୍ରତ୍ୟାହାର କରି ନେଇଛି ରାଜ୍ୟ ବସ୍ ମାଲିକ ସଂଘ । ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଧର୍ମଘଟ ପ୍ରତ୍ୟାହାର କରିବା ନେଇ ନିଷ୍ପତ୍ତି ହୋଇଛି । ବସ୍ ମାଲିକ ସଂଘ ପକ୍ଷରୁ କୁହାଯାଇଛି ଯେ ପରିବହନ ମନ୍ତ୍ରୀଙ୍କ ସହ ସଂଘର ବିଭିନ୍ନ ଦାବି ଉପରେ ଆଲୋଚନା ହୋଇଥିଲା । ଲକ୍ଷ୍ମୀ ବସ୍ ଚଳାଚଳ କରୁଥିବାରୁ ଘରୋଇ ବସ୍ଗୁଡ଼ିକର ଆର୍ଥିକ କ୍ଷତି ହେଉଛି ବୋଲି ସଂଘ ପକ୍ଷରୁ କୁହାଯାଇଥିଲା ।
ସୂଚନାନୁଯାୟୀ , ମୁଖ୍ୟତଃ ଲକ୍ଷ୍ମୀ ଯୋଜନା ଏବଂ ସହରାଞ୍ଚଳ ବାହାରେ ‘ମୋ ବସ୍’ ଚଳାଚଳ ନେଇ ଆଲୋଚନା ହୋଇଥିଲା । ଏହାକୁ ରାଜ୍ୟ ସରକାର ଭରଣା କରନ୍ତୁ । ଏନେଇ ଖୁବ୍ଶୀଘ୍ର ନୀତିଗତ ନିଷ୍ପତ୍ତି ନିଆଯିବ ବୋଲି ପରିବହନ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ସଂଘ କହିଛି । ସେହିପରି ମୋ ବସ୍ କେବଳ ସହରାଞ୍ଚଳରେ ଚାଲିବାକୁ ଥିବାବେଳେ ଏହା ସହରାଞ୍ଚଳ ବାହାରେ ଚାଲୁଥିବାରୁ ଏହାକୁ ବନ୍ଦ କରିବାକୁ ସଂଘ ଦାବି କରିଥିଲା । ଏନେଇ ୭ଦିନ ମଧ୍ୟରେ ସମୀକ୍ଷା କରି ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।
