ଭାରତମନୋରଞ୍ଜନ

ଆଜି ତେଲେଙ୍ଗାନା ନିର୍ବାଚନ; ଲାଇନରେ ସାଉଥ୍‌ ସୁପର୍‌ଷ୍ଟାର୍

(ତେଲେଙ୍ଗାନା) :  ଆଜି ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ଏହାରି ମଧ୍ୟରେ ଭୋଟ୍‌ ଦେବା ପାଇଁ ସାଉଥ୍‌ ସୁପର୍‌ଷ୍ଟାର୍‌ ରାମ୍‌ ଚରଣ ବିମାନ ଯୋଗେ ମୌସୁରରୁ ଆସି ହାଇଦ୍ରାବାଦ୍‌ରେ ପହଞ୍ଚିଛନ୍ତି। ତାଙ୍କୁ ଗତକାଲି ମୌସୁର ବିମାନବନ୍ଦରରେ ଦେଖିବାକୁ ମିଳିଥିଲା।  ଅଲ୍ଲୁ ଅର୍ଜୁନ ବି ଭୋଟ୍‌ ଦେବା ପାଇଁ ଧାଡ଼ି ଲଗାଇଥିବାର ଦେଖିବାକୁ ମିଳିଥିଲା। ସେ ମଧ୍ୟ ହାଇଦ୍ରାବାଦ୍‌ର ଜୁବ୍‌ଲି ହିଲ୍ସ ଅଞ୍ଚଳରେ ଥିବା ବୁଥ୍‌ରେ ଭୋଟ୍‌ ଦେବାକୁ ପହଞ୍ଚିଥିବା ଭିଡିଓରେ ଦେଖିବାକୁ ମିଳିଛି।

ସୂଚନାନୁଯାୟୀ , ସେହିପରି ଅଭିନେତା ଚିରଞ୍ଜୀବୀ ଆଜି ସକାଳୁ ତାଙ୍କର ମତଦାନ କରି ସାରିଲେଣି। ସେ ତାଙ୍କ ପରିବାର ସହିତ ଜୁବ୍‌ଲି ହିଲ୍ସରେ ଯାଇ ଭୋଟ୍‌ ଦେଇଛନ୍ତି। ସକାଳୁ ସକାଳୁ କଳା ରଂଗର ପୋଷାକ ସହ ଖାଲି ପାଦରେ ଚୀରଞ୍ଜୀବୀଙ୍କୁ ପରିବାର ସହ ଜୁବ୍‌ଲି ହିଲ୍ସ ବୁଥ୍‌ରେ ଯାଇ ଭୋଟ୍‌ ଦେଇଥିବାର ଭାଇରାଲ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି। ସେହିପରି ଭୋଟ୍‌ ଦେବା ପାଇଁ ଧାଡ଼ିରେ ଛିଡ଼ା ହୋଇଥିବାର ନଜର ଆସିଥିଲେ ଜୁନିୟର୍‌ ଏନ୍‌ଟିଆର୍‌। ସେ ସକାଳୁ ନିଜ ପତ୍ନୀ ଓ ମାଆଙ୍କ ସହ ଭୋଟ୍‌ ଦେବାକୁ ଯାଇଥିବା ବେଳେ ଏକ ଡେନିମ୍‌ ଜିନ୍‌ସକୁ ଧଳା ରଂଗର ଟି-ସାଟ୍‌ ପିନ୍ଧିଥିଲେ।

Related posts

ପ୍ରସିଦ୍ଧ ପତ୍ରିକାର କଭର୍ ପେଜରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ

mahabharatanews

ଲକ୍ଷିକା ଡାଗରଙ୍କ ବଡ ସଫଳତା ; ନ୍ୟୁଜ ଆଙ୍କରରୁ ଏବେ ଗାଁ ସରପଞ୍ଚ

mahabharatanews

ଆଜି ଦେଶ ପାଳୁଛି ପବିତ୍ର ଶ୍ରୀରାମ ନବମୀ 

mahabharatanews