ରାଜନୀତି

ବିଧାନସଭାରେ ବ୍ୟମୋକେଶଙ୍କ ଅଡିଓ ତାତି  

ଭୁବନେଶ୍ୱର/ ରାଜେଶ ସାହୁ: ବିଧାନସଭାରେ ଉଠିଲା ବ୍ୟମୋକେଶଙ୍କ ଅଡ଼ିଓ ଭାଇରଲ ପ୍ରସଙ୍ଗ । ବ୍ୟମୋକେଶଙ୍କ ଅଡ଼ିଓ ଭାଇରଲକୁ ନେଇ ବିଧାନସଭାରେ ମୁହାଁ ମୁହିଁ ହେଲେ ପ୍ରଦୀପ୍ତ ଓ ବ୍ୟମୋକେଶ । ଶୂନ୍ୟକାଳରେ ଏହି ପ୍ରସଙ୍ଗକୁ ନେଇ ଉଦବେଗ ପ୍ରକାଶ କଲେ ବିରୋଧୀ ଦଳ ନେତା । ରାଜ୍ୟରେ କିପରି ଶାସନ ଚାଲିଛି? ଶାସକ ଦଳ ନେତା ପୋଲିସକୁ ଧମକାଉଛନ୍ତି । ଏହାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ବିରୋଧୀ ଦଳ ନେତା । ବିଧାୟକ ମାନେ ନିଜ ଆଚରଣରେ ଶାଳୀନତା ରଖିବାକୁ ରୁଲିଂ ଦେବାକୁ ଦାବି କଲେ ପ୍ରଦୀପ୍ତ ।
ସେପଟେ ଗୃହରେ ବ୍ୟମୋକେଶଙ୍କ କହିଛନ୍ତି, ଗୃହକୁ ବିଭ୍ରାନ୍ତି କରୁଛନ୍ତି ବିରୋଧୀ ଦଳ ନେତା । ସେହି ପୁଲିସ ଜଣକ ଲୋକଙ୍କୁ ହଇରାଣ ହରକତ କରୁଥିବାରୁ ତାଙ୍କୁ ଫୋନ କରିଥିଲି । ମୁଁ କହିଥିଲି ଆଇନ ତା ବାଟରେ ଯିବ । ସେ ଟଙ୍କା ଆଦୟ କରୁଥିଲେ । ଲୋକଙ୍କୁ ହଇରାଣ କରୁଥିଲେ । ମୋ ଅଡ଼ିଓ ଟେପକୁ ବିଭ୍ରାନ୍ତି କରି ଦେଖାଯାଉଛି । ଯଦି ବାଚସ୍ପତି ଚାହିଁବେ ସମ୍ପୂର୍ଣ୍ଣ ଅଡ଼ିଓ ମୁଁ ଗୃହରେ ଉପସ୍ଥାପନ କରିପାରିବି । ବିଜେପିକୁ କାଉଣ୍ଟର କରି ବ୍ୟମୋକେଶ କହିଲେ ମୟୁରଭଞ୍ଜର ଜଣେ ବିଧାୟକ ଆସିଷ୍ଟାଣ୍ଡ ଇଂଜିନିୟରକୁ ମାଡ଼ ମାରି ଗିରଫ ହୋଇଥିଲେ । ମୁଁ ଜଣେ ବିଧାୟକ ମଧ୍ୟବିତ ପରିବାରରୁ ଆସିଛି । ମୁଁ ପିଏଚଡ଼ି କରିଛି । ବ୍ୟବହାର କେମିତି କରାଯିବ ସେ କଥା ମୋତେ ଶିଖାନ୍ତୁନି ।

Related posts

ନୋଟକୁ ନେଇ ତେଜିଲା ରାଜନୀତି

mahabharatanews

ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ

mahabharatanews

ରାଷ୍ଟ୍ରପତି ଭବନରେ ପହଞ୍ଚି ପଦରୁ ଇସ୍ତଫା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ

mahabharatanews