ଓଡିଶାରାଜନୀତି

ସରିଲା ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ୱର: ସରିଲା ବିଧାନସଭାର ମୌସୁମୀ ଅଧିବେଶନ । ବାଚସ୍ପତି ବିକ୍ରମ କେଶରୀ ଆରୁଖ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । ମୋଟ କାର୍ଯ୍ୟ ଦିବସର ତିନି ଦିନ ପୂର୍ବରୁ ମୌସୁମୀ ଅଧିବେଶନ ଶେଷ ହୋଇଛି । ୨୧ଟି କାର୍ଯ୍ୟଦିବସ ମଧ୍ୟରୁ ୧୧ଟି ମୁଲତବୀ ନୋଟିସ ଉପରେ ଆଲୋଚନା ହୋଇଥିଲା । ଚଳିତ ଅଧିବେଶନରେ ୮ଟି ବିଲ ଉପସ୍ଥାପନ ହୋଇଥିଲା । ୭ଟି ବିଲ ପାସ ହୋଇଥିବାବେଳେ ୧୨ଟି ବିଭାଗରେ ଖର୍ଚ୍ଚ ଦାବି ଆଲୋଚନା ହୋଇଥିଲା । ଜୁଲାଇ ୧ ତାରିଖରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିଲା । ୨ ତାରିଖରେ ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହୋଇଥିଲା । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଥିଲେ ।

Related posts

ଏଏସଆଇଙ୍କ ଘରେ ଭିଜିଲାନ୍ସ ଚଢାଉ

mahabharatanews

ଡେଙ୍ଗୁ ଆତଙ୍କ : ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ 

mahabharatanews

ଖେମୁଣ୍ଡି କଲେଜ ରେ ଅଧ୍ୟାପକ ଓ କର୍ମଚାରୀ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

mahabharatanews