ଓଡିଶାରାଜନୀତି

ସରିଲା ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ୱର: ସରିଲା ବିଧାନସଭାର ମୌସୁମୀ ଅଧିବେଶନ । ବାଚସ୍ପତି ବିକ୍ରମ କେଶରୀ ଆରୁଖ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । ମୋଟ କାର୍ଯ୍ୟ ଦିବସର ତିନି ଦିନ ପୂର୍ବରୁ ମୌସୁମୀ ଅଧିବେଶନ ଶେଷ ହୋଇଛି । ୨୧ଟି କାର୍ଯ୍ୟଦିବସ ମଧ୍ୟରୁ ୧୧ଟି ମୁଲତବୀ ନୋଟିସ ଉପରେ ଆଲୋଚନା ହୋଇଥିଲା । ଚଳିତ ଅଧିବେଶନରେ ୮ଟି ବିଲ ଉପସ୍ଥାପନ ହୋଇଥିଲା । ୭ଟି ବିଲ ପାସ ହୋଇଥିବାବେଳେ ୧୨ଟି ବିଭାଗରେ ଖର୍ଚ୍ଚ ଦାବି ଆଲୋଚନା ହୋଇଥିଲା । ଜୁଲାଇ ୧ ତାରିଖରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିଲା । ୨ ତାରିଖରେ ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହୋଇଥିଲା । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଥିଲେ ।

Related posts

ପାର୍ବଣରେ ମାତିଛନ୍ତି ଲୁଟେରା : ବନ୍ଧୁକ ଦେଖାଇ ଘରୁ ଲୁଟିନେଲେ

mahabharatanews

ଚାଷୀଙ୍କୁ କଚାଡି ମାରିଲା ହାତୀ

mahabharatanews

ଓଡିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା ବିଜ୍ଞପ୍ତି, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ

mahabharatanews