ଓଡିଶା

ରାଜନୈତିକ ସ୍ତରରେ ଲଢ଼େଇ ପାଇଁ ବିଜେପିକୁ ଆହ୍ବାନ

ଭୁବନେଶ୍ୱର: ପ୍ରଶ୍ନ ପାଇଁ ଟଙ୍କା’ ସ୍କାଣ୍ଡାଲରେ ବିଜେଡି ସାଂସଦ ପିନାକୀ ମିଶ୍ରଙ୍କ ସଂପୃକ୍ତି ଅଭିଯୋଗ କରିଥିଲା ରାଜ୍ୟ ବିଜେପି। ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଜେପି ପକ୍ଷରୁ ଶ୍ରୀ ମିଶ୍ରଙ୍କ ଜନବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବହିଷ୍କାର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଥିଲା। ତେବେ ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ପିନାକୀ ମିଶ୍ର |

ଏକ ପ୍ରେସ୍ ବିବୃତିରେ ଶ୍ରୀ ମିଶ୍ର କହିଛନ୍ତି ଯେ ସର୍ବସାଧାରଣରେ ଉପଲବ୍ଧ ଥିବା ଏକ କୁତ୍ସିତ ଓ ପ୍ରମାଣିତ ହୋଇ ନ ଥିବା କିଛି ଅଭିଯୋଗ ଆଧାରରେ ଓଡ଼ିଶା ବିଜେପି ସମାଲୋଚନା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ | ୨୫ବର୍ଷରୁ ଅଧିକ ସମୟ ଧରି ସାଂସଦ ଭାବେ ଜନସେବାରେ ନିଜକୁ ନିୟୋଜିତ କରିଛି । ଏଥିରେ ଆଜି ଯାଏ ଦାଗ ଲାଗିନାହିଁ। ଶସ୍ତା ପ୍ରଚାରରେ ନିଜକୁ ନିୟୋଜିତ କରି ଟିଭିରେ କିଛି ସମୟ ମୁହଁ ଦେଖାଇବା ବଦଳରେ ରାଜନୈତିକ ସ୍ତରରେ ଲଢ଼େଇ କର | କୋର୍ଟ ଜରିଆରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ବିଚାର କରୁଛି ଓ ଠିକ୍ ସମୟରେ ଏହି ନିଷ୍ପତ୍ତି ନେବି ବୋଲି ଶ୍ରୀ ମିଶ୍ର କହିଛନ୍ତି ।

Related posts

କରୋନା ଆକ୍ରନ୍ତ ଚିହ୍ନଟ ସଟଡ଼ାଉନ ଘୋଷଣା କଲେ ସରପଞ୍ଚ

mahabharatanews

କରୋନା-୧୯ ଲଢେଇ ଅଭିଯାନରେ ଏନଟିପିସି, କଣିହାଁ ସାମିଲ

mahabharatanews

କରୋନା ରୋକିବା ଦିଗରେ ହିଞ୍ଜିଳିକାଟୁ ପ୍ରଶାସନ ତତ୍ପର

mahabharatanews