ଓଡିଶା

୨୯ରେ ପୁଣି ଓଡ଼ିଶା ଆସିବେ ମୋଦୀ

(ଭୁବନେଶ୍ୱର) :  ପ୍ରଚାର ପାଇଁ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତା ୨୯ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ଆସିବେ । ପ୍ରଥମେ ବାଲେଶ୍ୱର ଓ ପରେ କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରେ ସମାବେଶ କରିବେ । ଚଳିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦୀ ବାରମ୍ବାର ଓଡ଼ିଶା ଗସ୍ତରେ ଆସିବା ବିଜେଡି ସରକାର ଓ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି ଆସୁଛନ୍ତି ।

ସୂଚନାନୁଯାୟୀ ,ସେପଟେ ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସିବେ ଗୃହମନ୍ତ୍ରୀ ଅମିତ ଶାହା । ତୃତୀୟ ପର୍ଯ୍ୟାୟ ନିର୍ବାଚନ ଦିନ ଶାହା ଓଡ଼ିଶା ଗସ୍ତରେ ଆସି ବାରିପଦା, ଚାନ୍ଦବାଲି, କୋରେଇ, ନିମାପଡାରେ ସମାବେଶ କରିବେ । ଅମିତ ଶାହା ମଧ୍ୟ ଚଳିତ ନିର୍ବାଚନରେ ଘନ ଘନ ଓଡ଼ିଶା ଗସ୍ତରେ ଆସି ପ୍ରଚାର କରିବା ସହ ରାଜ୍ୟ ସରକାରଙ୍କୁ ଶାଣିତ ଆକ୍ରମଣ କରୁଛନ୍ତି । ବିଭିନ୍ନ ପ୍ରସଙ୍ଗରେ ବିଜେଡି ସରକାରକୁ ଘେରିବା ସହ ଓଡ଼ିଶାବାସୀ ବିଜେପି ସରକାରକୁ ସୁଯୋଗ ଦିଅନ୍ତୁ ବୋଲି ଅପିଲ କରୁଛନ୍ତି ।

Related posts

ଶିକ୍ଷୟତ୍ରୀଙ୍କ ମନମୁଖୀ କାର୍ଯ୍ୟ ଓ ଛାତ୍ରୀ ମାନଙ୍କୁ ମାଡ ମାରିବା ଅଭିଜୋଗ

mahabharatanews

ଅଚାନକ ହୁତୁହୁତୁ ହୋଇ ଜଳିଗଲା ବସ , ୮୦ ଯାତ୍ରୀ ସୁରକ୍ଷିତ 

mahabharatanews

ସମୁଦ୍ରରେ ବୁଡ଼ି ପର୍ଯ୍ୟଟକ ନିଖୋଜ 

mahabharatanews