ଭୁବନେଶ୍ୱର: ଅ।ସନ୍ତା କାଲି ହେଉଛି ରଙ୍ଗର ପର୍ବ ହୋଲି । ଭାଇଚାରାର ଏହି ପର୍ବରେ ପ୍ରତିବର୍ଷ ବହୁ ଅଘଟଣ ଘଟି ଅନେକଙ୍କ ଜୀବନହାନୀ ଘଟିଥାଏ । କେଉଁଠି ଗୋଷ୍ଠୀ ସଂଘର୍ଷରେ ଲୋକେ ଲହୁ ଲୁହାଣ ହୋଇଥାନ୍ତି ତ ପୁଣି କେଉଁଠି ମଦ୍ୟପାନ କରି ଗାଡି ଚଳାଇ ଦୁର୍ଘଟଣାର ଶିକାର ହୋଇଥାନ୍ତି । ଆଉ ପୁଣି କେଉଁଠି ନଦୀରେ ହୋଲି ପରେ ଗାଧୋଉଥିବା ସମୟରେ ନିଶାସକ୍ତ ଅବସ୍ଥାରେ ଲୋକେ ପାଣିରେ ବୁଡି ଯାଇଥାନ୍ତି । ଏପରି ସବୁ ଅଘଟଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ରାଜ୍ୟ ସରକାର ଆଗୁଅ।। ପଦକ୍ଷେପ ନେଇଛି । ଚଳିତ ବର୍ଷ ଏହି ଦୁର୍ଘଟଣାର ମୁକାବିଲା କରିବାକୁ କ୍ୟାପିଟାଲ ହସ୍ପିଟାଲକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚଳିତ ବର୍ଷ ହୋଲି ଦିନ ଜରୁରୀକାଳୀନ ସେବା ପାଇଁ ହସ୍ପିଟାଲରେ ଅଧିକ ଡାକ୍ତର ନିୟୋଜିତ ହୋଇଛନ୍ତି । ଏଥିସହ ଚର୍ମ ଡାକ୍ତର, ଚକ୍ଷୁ ଡାକ୍ତର, ଇଏନଟି ଡାକ୍ତର ମଧ୍ୟ ସଜାଗ ରହିବେ । ଜରୁରୀକାଳୀନ ବିଭାଗରେ ୧୯ଟି ବେଡ ରହିଛି । ତା ସହ ହୋଲିରେ ହେଉଥିବା ଦୁର୍ଘଟଣା ପାଇଁ ସ୍ୱତନ୍ତ୍ର ୱାର୍ଡର ବ୍ୟବସ୍ଥା କରାଯାଇଛି । ଏଥିସହ ଗୋଟିଏ ଆମ୍ବୁଲାନ୍ସକୁ ମଧ୍ୟ ରିଜର୍ଭ କରାଯାଇଛି । ଏପରି କି ୧୭ଟି ପେଟ୍ରୋଲିଂ ଭ୍ୟାର ବ୍ୟବସ୍ଥା ମଧ୍ୟ କରାଯାଇଛି ।
