ଓଡିଶା

ବଢିବ ଶୀତ; ଭୁବନେଶ୍ବର ତାପମାତ୍ରାରେ ୧୯.୭ ଡିଗ୍ରି ରେକର୍ଡ 

(ଭୁବନେଶ୍ୱର) : ଧୀରେ ଧୀରେ ବଢୁଛି ଶୀତ । ଚଳିତ ଅକ୍ଟୋବରରେ ପ୍ରଥମ ଥର ପାଇଁ ୨୦ ଡିଗ୍ରି ତଳକୁ ଖସିଛି ରାଜଧାନୀର ରାତି ତାପମାତ୍ରା। ଗତକାଲି ରାତିରେ ରାଜଧାନୀ ଭୁବନେଶ୍ବର ତାପମାତ୍ରା ୧୯.୭ ଡିଗ୍ରି ରେକର୍ଡ ହୋଇଥିବା ବେଳେ କଟକର ରାତି ତାପମାତ୍ରା ୨୦.୨ ଡିଗ୍ରି ରହିଥିଲା। ରାଜ୍ୟର ସର୍ବନିମ୍ନ ରାତି ତାପମାତ୍ରା ୧୩ ‌ଡିଗ୍ରିକୁ ଖସିଥିବା ବେଳେ ଫୁଲବାଣୀ ଓ ଜି. ଉଦୟଗିରିରେ ୧୩ ଡିଗ୍ରି, କୋରାପୁଟରେ ୧୩.୮ ଡିଗ୍ରି ଓ ଦାରିଙ୍ଗବାଡ଼ିରେ ୧୪ ଡିଗ୍ରି ରାତି ତାପମାତ୍ରା ରହିଥିଲା।

ସୂଚନାନୁଯାୟୀ ,  ଏଥିସହ କଳାହାଣ୍ଡି, କୋରାପୁଟ ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟମରୁ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା। ଆସନ୍ତା ୪ରୁ ୫ ଦିନ ଯାଏ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।  ତେବେ ଆସନ୍ତାକାଲି ସୋମବାର ରାତିଠାରୁ ପାଗରେ ପରିବର୍ତ୍ତନ ଆସିବ। ସର୍ବନିମ୍ନ ତାପମାତ୍ରା କ୍ରମଶଃ ବଢ଼ିବ। ଆକଳନ କରାଯାଉଛି, ନଭେମ୍ବର ୫ ସୁଦ୍ଧା ସର୍ବନିମ୍ନ ତାପମାତ୍ରା ପ୍ରାୟ ୨ ଡିଗ୍ରି ବଢ଼ିବ।

Related posts

ପ୍ରସ୍ତୁତି ବୈଠକ ଅନୁଷ୍ଠିତ – ସୁବର୍ଣ୍ଣ ଲୋକ ମହୋତ୍ସବ ଜାନୁଆରୀ ୭ରୁ ଆରମ୍ଭ

mahabharatanews

ସମ୍ପାଦକଙ୍କ ଅବହେଳାରୁ ଚାଷୀଙ୍କ ଧାନ ବିକ୍ରୀ ହୋଇନପାରିବା ଅଭିଯୋଗ

mahabharatanews

ପ୍ରମୋଦିନୀ ରାଉଳଙ୍କୁ ମିଳିଲା ନ୍ୟାୟ: ଦୋଷୀଙ୍କୁ ୧୪ ବର୍ଷ ଜେଲ ଦଣ୍ଡାଦେଶ

mahabharatanews