(ଆମେରିକା) : ହାତକୁ ଦି ହାତ ହେଲେ କ୍ୟାପଟେନ୍ ଆମେରିକା ତଥା ଆମେରିକାର ଅଭିନେତା କ୍ରିସ୍ ଇଭାନ୍ସ । ତାଙ୍କଠାରୁ ୧୬ ବର୍ଷ ସାନ ଅଲବା ବିପାଷ୍ଟାଙ୍କୁ ବିବାହ କରିଛନ୍ତି । ସେପ୍ଟେମ୍ବର ୯ , ୨୦୨୩ରେ ମାସା ଚୁସେଟ୍ସର ବୋଷ୍ଟନ୍ ଠାରେ ସମାରୋହରେ ଏହି ଦମ୍ପତି ବିବାହ କରିଥିଲେ । ଦୁହେଁ ପରିବାର ଏବଂ ସାଙ୍ଗମାନଙ୍କ ସାମ୍ନାରେ ବିବାହ ରୀତିନୀତି କରିଥିଲେ।
ସୂଚନାନୁଯାୟୀ, କ୍ରିସ୍ ଇଭାନ୍ସଙ୍କୁ ୪୨ବର୍ଷ ହୋଇଥିବାବେଳେ ଅଲବା ୨୬ ବର୍ଷ ବୟସରେ ।କ୍ରିସ୍ ଇଭାନ୍ସଙ୍କ ପ୍ରକୃତ ନାମ ବହୁତ କମ୍ ଲୋକ ଜାଣନ୍ତି । ଅଭିନେତାଙ୍କ ପ୍ରକୃତ ନାମ ହେଉଛି ଖ୍ରୀଷ୍ଟୋଫର୍ ରୋବର୍ଟ । ସେ କ୍ୟାପଟେନ୍ ଆମେରିକା, ଆଭେଞ୍ଜର୍ସ, ଫାଣ୍ଟାଷ୍ଟିକ୍ ଫୋର୍ ଭଳି ଚଳଚ୍ଚିତ୍ରରେ ସୁପରହିଟ୍ ଅଭିନୟ କରିଛନ୍ତି । ୨୬ବର୍ଷ ବୟସ୍କ ଅଲବା ଜଣେ ପର୍ତ୍ତୁଗୀଜ୍ ଅଭିନେତ୍ରୀ ।
