ଓଡିଶା

ଖୋଲିଲା ହୀରାକୁଦର ଆଉ ୮ଟି ଗେଟ 

(ହୀରାକୁଦ) :  ଖୋଲିଲା ହୀରାକୁଦର ଆଉ ୮ଟି ଗେଟ । ଏବେ ମୋଟ ୧୦ ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ବାମ ପାର୍ଶ୍ଵରେ ୬ଟି ଓ ଡାହାଣ ପାର୍ଶ୍ୱରେ ୪ଟି ଗେଟ ଖୋଲାଯାଇଛି । ତେବେ ଉପର ମୁଣ୍ତରେ ଵର୍ଷା ଯୋଗୁ ଜଳପ୍ରବେଶ ବଢୁଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୮.୭୧ ଫୁଟ ରହିଛି । ସେକେଣ୍ତ ପ୍ରତି ୧ ଲକ୍ଷ ୪୨ ହଜାର ୭୨ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୭୨ ହଜାର ୧୯୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି।

ସୂଚନାନୁଯାୟୀ, ଉପର ମୁଣ୍ଡରୁ ଆଗକୁ ଆହୁରି ଅଧିକ ମାତ୍ରାରେ ଜଳ ପ୍ରବେଶ କରିଲେ ଆହୁରି ଗେଟ ଖୋଲା ଯିବ ବୋଲି ସୂଚନା ମିଳିଛି  । ଗତକାଲି ପ୍ରଥମେ ଦୁଇଟି ଗେଟ୍ ଖୋଲା ଯାଇଥିଲା । ସେପଟେ ରାଜ୍ୟରେ ଲଘୁଚାପ ସକ୍ରିୟ ରହିଛି । ଫଳରେ ବର୍ଷା ଲାଗି ରହିଛି ।  ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

Related posts

ଶିକ୍ଷକ ଓ ବିଭିନ୍ନ ମହିଳା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା

mahabharatanews

ବିପଦ ସଙ୍କେତରେ ବୈତରଣୀ, ଭୟବିତ ସ୍ଥାନୀୟ ଲୋକେ

mahabharatanews

ଆଜି ଜନ୍ମମାଟିରେ ପହଞ୍ଚିବ ସହିଦ ସରୋଜଙ୍କ ପାର୍ଥିବ ଶରୀର

mahabharatanews