Uncategorized

ସୀମାନ୍ତରେ ସୃଷ୍ଟ ଉତ୍ତେଜନାକୁ ନେଇ ସର୍ବଦଳୀୟ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଲଦାଖରେ ଭାରତୀୟ ସେନା ଓ ଚୀନ୍‌ ସେନାଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ୨୦ ଜଣ ଯବାନ ସହିଦ ହୋଇଥିବା ବେଳେ ଚୀନର ୪୩ ଯବାନ ମୃତ୍ୟୁବରଣ କରିଥିବା ଚୀନ ଦାବି କରୁଛି । ଏହି ସଂଘର୍ଷକୁ ନେଇ ଭାରତ ଚୀନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଏହକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି।
ଉଲ୍ଲେଖଯୋଗ୍ୟ, ଗତ କିଛି ଦିନ ହେବ ଭାରତ- ଚୀନ୍‌ ସୀମାରେ ଉତ୍ତେଜନା ଲାଗିରହିଥିଲା । ସୋମବାର ରାତିରେ ଭାରତୀୟ ସେନାର ଏକ ପାଟ୍ରୋଲିଂ ଦଳ ଗାଲୱାନ୍‌ ନଦୀ ଉପତ୍ୟକାରେ ଥିବା ଚୀନ୍‌ ସେନାର ଏକ ତମ୍ବୁ ହଟାଇବାକୁ ଯାଇଥିବା ବେଳେ ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ୨୦ ଜଣ ଭାରତୀୟ ସେନା ଯବାନ ସହିଦ ହୋଇଥିଲେ ଓ ଚୀନର ୪୩ ଯବାନ ମଧ୍ୟ ମୃତ୍ୟୁବରଣ କରିଥିବା ଚୀନ କହୁଛି । ଏହି ଘଟଣାକୁ ନେଇ କଂଗ୍ରେସ ତୀବ୍ର ପ୍ରତିକ୍ରିୟାଶୀଳ ହୋଇପଡିଛି ।

Related posts

ଆମେରିକାରେ ଭାରତୀୟ ରାଷ୍ଟ୍ରଦୂତ ଦାୟୀତ୍ୱ ନେଲେ ତରଣଜିତ ସନ୍ଧୁ

mahabharatanews

ସିନଜିଆଙ୍ଗ ଅଞ୍ଚଳରେ ସଂଖ୍ୟାଲଘୁଙ୍କ ମାନବାଧିକାର ଉଲଂଘନ ନେଇ ୟୁଏନର ଚେତାବନୀ

mahabharatanews

ଉରୀ: ସେନା ଦ୍ୱାରା ଆଇଇଡି ଉଦ୍ଧାର

mahabharatanews