ଖେଳଭାରତ

ବିଲେଇ ପାଇଁ କିଛି ସମୟ ବନ୍ଦ ହେଲେ ଆଇପିଏଲ !

ମୁମ୍ବାଇ : ୨୦୨୨ ରେ ପଞ୍ଜାବ କିଙ୍ଗସ୍ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମ୍ୟାଚ୍ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା। ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚରେ ପଞ୍ଜାବର ବିଶାଳ ବିଜୟ ଲକ୍ଷ୍ୟକୁ ହାସଲ କରିପାରିନଥିଲା ବାଙ୍ଗାଲୋର । ଆଉ ଏହି ପରାଜୟ ସହ ଗୁଜୁରାଟ ବିପକ୍ଷ ମ୍ୟାଚ୍ ବାଙ୍ଗାଲୋର ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି । ତେବେ ଗତକାଲି ଖେଳାଯାଇଥିବା ମ୍ୟାଚଟିରେ ଭିନ୍ନ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା । ମ୍ୟାଚରେ ଏକ ବିଲେଇକୁ ଦେଖିବାକୁ ମିଳିଥିଲା । ଆଉ ଉକ୍ତ ବିଲେଇଟି ସାଇଟ ସ୍କିନରେ ବସିଥିଲା, ଯେଉଁଥିପାଇଁ କିଛି ସମୟ ପାଇଁ ମ୍ୟାଚରେ ବାଧା ସୃଷ୍ଟି ହୋଇଥିଲା ।

ଏହି ପୂରା ଘଟଣା ଆରସିବି ଇନିଂସର ପ୍ରଥମ ଓଭରରେ ଘଟିଥିଲା। ଉଭୟ ଡୁ-ପ୍ଲେସିସ ଓ କୋହଲି କ୍ରିଜରେ ଥିବା ବେଳେ ସାଇଟ ସ୍କ୍ରିନରେ ବସିଥିଲା ଏକ କଳା ବିଲେଇ । ଏହାକୁ ଦେଖି ପ୍ଲେସିସ୍ ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ହୋଇଗଲେ। ଯାହା ବାବଦରେ ଅମ୍ପାୟରଙ୍କୁ ଅବଗତ କରିଥିଲେ ଡୁପ୍ଲେସିସ । ମ୍ୟାଚ୍ କିଛି ସେକେଣ୍ଡ ପାଇଁ ଅଟକିଥିଲା । ତେବେ ଷ୍ଟାଡିୟମ କର୍ମଚାରୀ ବିଲେଇଟକୁ ଘଉଡାଇବା ପରେ ପୁଣିଥରେ ଆରମ୍ଭ ହୋଇଥିଲା ମ୍ୟାଚ୍ । ବିଲେଇ ସହ ଜଡିତ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Related posts

ଅଲ ଇଂଲଣ୍ଡ ସୁପର ୧୦୦ ବ୍ୟାଡମିଣ୍ଟନ ଟାଇଟଲ ହାସଲ ନେଇ ମଉଳିଲା ଲକ୍ଷ୍ୟଙ୍କ ସ୍ୱପ୍ନ

mahabharatanews

ଯମୁନା ନଦୀରେ ଡଙ୍ଗା ଓଲଟି ୨୦ ଜଣଙ୍କ ମୃତ୍ୟୁ ଆଶଙ୍କା

mahabharatanews

ଦମଦାର ଅନ୍ଦାଜରେ ଫର୍ମକୁ ଫେରିଲେ ସୂର୍ୟ୍ୟ କୁମାର

mahabharatanews