ଖେଳଭାରତ

ବିଲେଇ ପାଇଁ କିଛି ସମୟ ବନ୍ଦ ହେଲେ ଆଇପିଏଲ !

ମୁମ୍ବାଇ : ୨୦୨୨ ରେ ପଞ୍ଜାବ କିଙ୍ଗସ୍ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମ୍ୟାଚ୍ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା। ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚରେ ପଞ୍ଜାବର ବିଶାଳ ବିଜୟ ଲକ୍ଷ୍ୟକୁ ହାସଲ କରିପାରିନଥିଲା ବାଙ୍ଗାଲୋର । ଆଉ ଏହି ପରାଜୟ ସହ ଗୁଜୁରାଟ ବିପକ୍ଷ ମ୍ୟାଚ୍ ବାଙ୍ଗାଲୋର ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି । ତେବେ ଗତକାଲି ଖେଳାଯାଇଥିବା ମ୍ୟାଚଟିରେ ଭିନ୍ନ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା । ମ୍ୟାଚରେ ଏକ ବିଲେଇକୁ ଦେଖିବାକୁ ମିଳିଥିଲା । ଆଉ ଉକ୍ତ ବିଲେଇଟି ସାଇଟ ସ୍କିନରେ ବସିଥିଲା, ଯେଉଁଥିପାଇଁ କିଛି ସମୟ ପାଇଁ ମ୍ୟାଚରେ ବାଧା ସୃଷ୍ଟି ହୋଇଥିଲା ।

ଏହି ପୂରା ଘଟଣା ଆରସିବି ଇନିଂସର ପ୍ରଥମ ଓଭରରେ ଘଟିଥିଲା। ଉଭୟ ଡୁ-ପ୍ଲେସିସ ଓ କୋହଲି କ୍ରିଜରେ ଥିବା ବେଳେ ସାଇଟ ସ୍କ୍ରିନରେ ବସିଥିଲା ଏକ କଳା ବିଲେଇ । ଏହାକୁ ଦେଖି ପ୍ଲେସିସ୍ ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ହୋଇଗଲେ। ଯାହା ବାବଦରେ ଅମ୍ପାୟରଙ୍କୁ ଅବଗତ କରିଥିଲେ ଡୁପ୍ଲେସିସ । ମ୍ୟାଚ୍ କିଛି ସେକେଣ୍ଡ ପାଇଁ ଅଟକିଥିଲା । ତେବେ ଷ୍ଟାଡିୟମ କର୍ମଚାରୀ ବିଲେଇଟକୁ ଘଉଡାଇବା ପରେ ପୁଣିଥରେ ଆରମ୍ଭ ହୋଇଥିଲା ମ୍ୟାଚ୍ । ବିଲେଇ ସହ ଜଡିତ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Related posts

୯୫ ବର୍ଷ ବୟସରେ ପ୍ରକାଶ ସିଂ ବାଦଲଙ୍କ ପରଲୋକ ହୋଇଛି

mahabharatanews

ପରଲୋକରେ ସ୍ୱତନ୍ତ୍ର ସୁରକ୍ଷା ମୁଖ୍ୟ ଅରୁଣ କୁମାର ସିହ୍ନା

mahabharatanews

ଦୁଇଟି ନୌସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

mahabharatanews