ଓଡିଶା

ଡାକ୍ତରଙ୍କ ଘରେ ବହୁ ପରିମାଣର ବିଦେଶୀ ମୁଦ୍ରା

(ପାରାଦ୍ବୀପ) : କୋଟିପତି ଡାକ୍ତରଙ୍କୁ ବାନ୍ଧିଲା ସିବିଆଇ । ହଁ ଆଂଜ୍ଞା ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ପାରାଦୀପ ପୋର୍ଟ ବନ୍ଦର ସ୍ୱାସ୍ଥ୍ୟ ସଙ୍ଗଠନର ଅଧିକାରୀ ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କ ଘରେ ଗତକାଲି ସିବିଆଇ ରେଡ୍ ହୋଇଥିଲା । ରାତି ସାରା ପାରାଦୀପ ଅଫିସ୍ ସମେତ ପାରାଦୀପରେ ଥିବା ଭଡ଼ା ଘର, ବାଲେଶ୍ୱରରେ ଥିବା ପୈତୃକ ଘର ଓ କଟକରେ ରହୁଥିବା ଘରେ ଚଢାଉ କରିଥିଲା ସିବିଆଇ । ଚଢାଉ ବେଳେ କୋଟିଏରୁ ଅଧିକ ଟଙ୍କା ଜବତ କରାଯାଇଥିଲା । ଏହା ସହ ବହୁ ପରିମାଣର ବିଦେଶୀ ମୁଦ୍ରା ମଧ୍ୟ ଜବତ ହୋଇଥିଲା । ଏପରିକି ବିଦେଶୀ ମଦ, ଦାମୀ ସିଗାରେଟ୍ ସିବିଆଇ ମଧ୍ୟ ଜବତ କରିଥିଲା ।

ସୂଚନାନୁଯାୟୀ , ସିପିଂ କମ୍ପାନୀ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ପ୍ରଥମେ ସିବିଆଇ ତାଙ୍କୁ ଧରିଥିଲା । ପରେ ତାଙ୍କର ଅଫିସ୍, ଭଡ଼ା ଘର ଓ ନିଜ ଘରେ ସିବିଆଇ ରେଡ୍ କରିଥିଲା । ରାଜେନ୍ଦ୍ର ନାରାୟଣ ଅନେକ ସମୟରେ ବିଭିନ୍ନ ସିପିଂ ଏଜେଂଟଙ୍କ ଠାରୁ ଜୁଲମ କରି ଟଙ୍କା ନେଉଥିବା ଅଭିଯୋଗ ହୋଇ ଆସୁଥିଲା । ଗୁରୁବାର ସିବିଆଇର ଅଧିକାରୀ ମାନେ ତାଙ୍କୁ ଲାଞ୍ଚ ନେଉଥିବା ବେଳେ ଟଙ୍କା ସହ ଧରିଥିଲେ ।

Related posts

ଆଖୁ କିଆରୀରେ ଅଗ୍ନିକାଣ୍ଡ, ୪୦ ଏକର ଫସଲ ନଷ୍ଟ

mahabharatanews

ପରଲୋକରେ ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ଅନାଦି ଚରଣ ସାହୁ 

mahabharatanews

କଂଗ୍ରେସର ମାଲକାନାଗିରି ବନ୍ଦ ଡାକରା

mahabharatanews