ଓଡିଶା

 ନବୀନ ନିବାସରୁ ଚାଲିଚାଲି ଆସି ଭୋଟ ଦେଲେ ବିଜେଡି ସୁପ୍ରିମୋ  

(ଭୁବନେଶ୍ୱର) :  ଭୋଟ୍ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଭୋଟ ଦେବାପରେ ଦେଖାଇଲେ ଗଣତନ୍ତ୍ରର ସ୍ୟାହି ।୧୧୪ ନଂ ବୁଥରେ ମତଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ନିବାସରୁ ଚାଲିଚାଲି ଆସି ଦେଲେ ଭୋଟ୍ ।

ସୂଚନାନୁଯାୟୀ , ରାଜ୍ୟରେ ତୃତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ । ସମ୍ବଲପୁର, ଢେଙ୍କାନାଳ, କେନ୍ଦୁଝର, କଟକ, ପୁରୀ ଏବଂ ଭୁବନେଶ୍ୱର ଲୋକସଭା ଆସନ ଏବଂ ଅଧୀନସ୍ଥ ୪୨ଟି ବିଧାନସଭା ଆସନରେ ଭୋଟ ଗ୍ରହଣ ହେବ । ଏହି ପର୍ଯ୍ୟାୟରେ ସବୁଠୁ ଚର୍ଚ୍ଚିତ ଆସନରେ ଭୋଟିଂ ହେବ ।  ମୋଟ ୪୪୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୯୪ ଲକ୍ଷ ୪୮ ହଜାର ଭୋଟର୍ । ପୁରୁଷ ଭୋଟରଙ୍କ ସଂଖ୍ୟା ୪୮ ଲକ୍ଷ ୩୦ ହଜାର ଥିବାବେଳେ ୪୬ ଲକ୍ଷ ୧୮ ହଜାର ମହିଳା ଭୋଟର ମତଦାନ ସାବ୍ଯସ୍ତ କରିବେ ।  ୧୦ ହଜାର ୫୫୧ କେନ୍ଦ୍ରରେ ମତଦାନ ହେବାକୁ ଯାଉଛି । ମୁକ୍ତ ଓ ଅବାଧ ନିର୍ବାଚନ ଲାଗି ୩୫ ହଜାରରୁ ଅଧିକ ସୁରକ୍ଷା ଯବାନଙ୍କୁ ମୁତୟନ କରାଯାଇଛି ।

Related posts

ଆଜି ଓଢଣ ଷଷ୍ଠୀ ନୀତି; ମହାପ୍ରଭୁ ପିନ୍ଧିବେ ଶୀତବସ୍ତ୍ର 

mahabharatanews

ଲକ ଡାଉନରେ ଦୋକାନ ଖୋଲିବାକୁ ଜିଲ୍ଲାପାଳଙ୍କ କଟକଣା

mahabharatanews

ଆଜି ଦାୟିତ୍ୱ ନେବେ ପ୍ରଦୀପ କୁମାର ଜେନା |

mahabharatanews