ଅପରାଧଓଡିଶା

ଶିଳ୍ପପତି ମହିମା ମିଶ୍ରଙ୍କ ସାନ ପୁଅକୁ ଗିରଫ କରିଛି ସିବିଆଇ

ଭୁବନେଶ୍ୱର: ପାରାଦୀପ ବନ୍ଦରରେ ହୋଇଥିବା ଲାଞ୍ଚ କାରବାର ମାମଲାରେ ଚର୍ଚ୍ଚିତ ମିଶ୍ରଙ୍କୁ ଗିରଫ କରିଛି ସିବିଆଇ । ଚର୍ଚ୍ଚିତ ମିଶ୍ର ହେଉଛନ୍ତି ଶିଳ୍ପପତି ମହିମା ମିଶ୍ରଙ୍କ ସାନ ପୁଅ। ଏନେଇ ତାଙ୍କ ଓକିଲ ସୂଚନା ଦେଇଛନ୍ତି। ଆଜି ଭୋରୁ ଚର୍ଚ୍ଚିତ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଥିଲେ।

ସିବିଆଇ କାର୍ଯ୍ୟାଳୟରେ ହାଜର ହେବାପରେ ତାଙ୍କୁ ଗୁଡ଼ାଇ ତୁଡ଼ାଇ ଅନେକ ପ୍ରଶ୍ନ ପଚରା ଯାଇଥିଲା। ଏହାପରେ ତାଙ୍କୁ ଗିରଫ କରାଯାଇ ସ୍ୱାସ୍ଥ୍ୟପରୀକ୍ଷା ପାଇଁ କ୍ୟାପିଟାଲ ହସପିଟାଲକୁ ପଠାଯାଇଥିଲା। ଚର୍ଚ୍ଚିତଙ୍କ ବୋନ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ହୋଇଥିବାରୁ ତାଙ୍କ ପାଇଁ ଘର ଖାଇବା ଓ ମେଡିସିନ ଯୋଗାଇ ପାଇଁ କୋର୍ଟରେ ଆବେଦନ କରାଯିବ ବୋଲି ମହିମା ମିଶ୍ରଙ୍କ ଓକିଲ ଜୟଦୀପ ପାଲ୍ କହିଛନ୍ତି।

ତାଙ୍କ କହିବାନୁଯାୟୀ , ଗତ ୪ ତାରିଖରେ ପାରାଦୀପ ଅଫିସରେ ସିବିଆଇ ରେଡ୍‌ ସମୟରେ ଚର୍ଚ୍ଚିତ ମିଶ୍ର ସେଠାରେ ଉପସ୍ଥିତ ଥିଲେ। ଅସିବିଆଇର କର୍ମଚାରୀମାନେ ତାଙ୍କ ସହିତ କଥା ହୋଇଥିଲେ। ପରେ ଚର୍ଚ୍ଚିତ ୩ ଟାବେଳେ ବୈବସାୟିକ କାମରେ ବାହାରକୁ ଯାଇଥିଲେ। ହେଲେ ସିବିଆଇ ତାଙ୍କୁ ପଚରାଉଚରା କରିବା ପାଇଁ ଡାକିବ ବୋଲି କିଛି ସୂଚନା ଦେଇନଥିଲା।

ଗତକାଲି ସନ୍ଧ୍ୟାବେଳେ ଏଫ୍‌ଆଇଆର କପି ଦେଖିବା ପରେ ଅଭିଯୁକ୍ତ ତାଲିକାରେ ଚର୍ଚ୍ଚିତଙ୍କ ନାଁ ରହିଛି ବୋଲି ଆମେ ଦେଖିଥିଲୁ। ଆଜି ଭୋରୁ ସିବିଆଇ କାର୍ଯ୍ୟାଳୟରେ ସେ ହାଜର ହୋଇଥିଲେ। ତାଙ୍କର ଜାମିନ ପାଇଁ ଆମେ କୋର୍ଟରେ ଆବେଦନ କରିବୁ।

Related posts

ବିଧାୟକ ଏବଂ ମନ୍ତ୍ରୀଙ୍କ ନିୟମ ଉଲ୍ଲଂଘନକୁ ବିରୋଧ କରି ବିଜେପିର ପ୍ରତିବାଦ

mahabharatanews

ବନବିଭାଗ ଟାର୍ଗେଟରେ ବେଆଇନ କରତକଳ

mahabharatanews

୨୨ରେ ଲଘୁଚାପ ସୃଷ୍ଟି ସମ୍ଭାବନା

mahabharatanews