ନୂଆଦିଲ୍ଲୀ: ବର୍ଷ ୨୦୨୦ରେ ସିବିଆଇ ୮୦୦ରୁ ଅଧିକ ମାମଲାର ଫଇସଲା କରିଛି ବୋଲି ସିବିଆଇ ନିର୍ଦ୍ଦେଶକ ରିଷି କୁମାର ଶୁକ୍ଲା କହିଛନ୍ତି । ନୂଆବର୍ଷରେ ସିବିଆଇ ନିର୍ଦ୍ଦେଶକ ଦେଶର ସମସ୍ତ ସିବିଆଇ ଅଫିସରମାନଙ୍କୁ ଭର୍ଚୁଆଲ୍ ମିଡିଆରେ ଉଦ୍ବୋୂଧନ ଦେଇ ଏହା କହିଛନ୍ତି । ଏହି ସଫଳତା ଅଫିସର୍ମାଅନଙ୍କ ସହଯୋଗ ଓ ନିଷ୍ଠା ପାଇଁ ସମ୍ଭବ ହୋଇଥିବା ଶୁକ୍ଳା କହିଛନ୍ତି । ଆଗାମୀ ଦିନରେ ମଧ୍ୟ ସିବିଆଇ ଆହୁରି ଅଧିକ କଠିନ ପରିଶ୍ରମ କରିବ ବୋଲି ଶ୍ରୀ ଶୁକ୍ଲା କହିଛନ୍ତି।
ତାଲିମ୍ ମାଧ୍ୟମରେ ଅତ୍ୟାଧୁନିକ ତଦନ୍ତ ବ୍ୟବସ୍ଥା ସହ ଅଫିସରମାନେ ନିଜକୁ ଖାପ ଖୁଆଇବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। କୋଭିଡ-୧୯ ପାଇଁ କଟକଣା ଥିବା ଦୃଷ୍ଟିରୁ ଅନ୍ଲାୁଇନ୍ ମାଧ୍ୟମରେ ନୂଆ ତଥା ଅତ୍ୟାଧୁନିକ ତାଲିମ୍ମା।ନ ଦିଆଯାଉଥିବା ଶ୍ରୀ ଶୁକ୍ଲା ଜଣାଇଛନ୍ତି। ତଦାରଖକାରୀ ଅଫିସରମାନେ ତଦନ୍ତ କାର୍ୟ୍ୟରେ ଜଡ଼ିତ ହେବାକୁ ନୂଆବର୍ଷରେ ସଂକଳ୍ପବଦ୍ଧ ହେବା ଲାଗି ସେ ପରାମର୍ଶ ଦେଇଛନ୍ତି। ଶ୍ରୀ ଶୁକ୍ଲା କହିଛନ୍ତି, ଏଇ କିଛିଦିନ ଭିତରେ ଅନେକ ବଡ଼ବଡ଼ ବ୍ୟାଙ୍କ୍ ଜାଲିଆତି ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯାଇଛି। ଏହି ମାମଲା ଗୁଡ଼ିକୁ ସିବିଆଇ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଛି।