ଅପରାଧଓଡିଶା

ପୋଲିସ ଏସ୍‌ଆଇ ପରୀକ୍ଷା ମହାଦୁର୍ନୀତି ଘଟଣାର ତଦନ୍ତ ପାଇଁ ଆଜି ବ୍ରହ୍ମପୁରରେ ପହଞ୍ଚିଛନ୍ତି ସିବିଆଇଟିମ୍‌

ପୋଲିସ ଏସ୍‌ଆଇ ପରୀକ୍ଷା ମହାଦୁର୍ନୀତି ଘଟଣାର ତଦନ୍ତ ପାଇଁ ଆଜି ବ୍ରହ୍ମପୁରରେ ପହଞ୍ଚିଛନ୍ତି ସିବିଆଇଟିମ୍‌ । ଶନିବାର ଦିନ ସିବିଆଇ ତଦନ୍ତକାରୀ ଦଳ ମାମଲା ସଂକ୍ରାନ୍ତୀୟ କାଗଜପତ୍ର ଯାଞ୍ଚ କରିଥିଲେ । ପୂର୍ବରୁ ମାମଲାର ତଦନ୍ତ କରୁଥିବା ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିବେ । ଦୁର୍ନୀତିରେ ସଂପୃକ୍ତ ଦଲାଲମାନଙ୍କ ରିମାଣ୍ଡ ପାଇଁ ଅଦାଲତରେ ଆବେଦନ କରିବେ ବୋଲି ଜଣାପଡିଛି । ତଦନ୍ତ ପାଇଁ ଜଣେ ଡିଏସପିଙ୍କ ନେତୃତ୍ବରେ ଟିମ୍ ଗଠନ ହୋଇଛି । ସିବିଆଇ ଆଣ୍ଟି କରପସନ ବ୍ୟୁରୋ ର ଅତିରିକ୍ତ ଏସପି ବି. ସାମଲ ଏହାର ତଦାରଖ କରିବେ । ଏହି ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ସିବିଆଇକୁ ଏଫଆଇଆର କପି ହସ୍ତାନ୍ତର ହୋଇ ସାରିଛି ।

Argus English: Top English News Source for Latest Odisha news, India &  Global Updates | Odisha Exit Polls & Gold Price Bhubaneswar |  Argusenglish.in

ତଦନ୍ତ ସଂପର୍କିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଖୁବଶୀଘ୍ର ସିବିଆଇକୁ ହସ୍ତାନ୍ତର କରିବ କ୍ରାଇମବ୍ରାଞ୍ଚ । ମାମଲାରେ ସିବିଆଇ ମୂଳରୁ ତଦନ୍ତ କରିପାରେ । ପୂର୍ବରୁ ତଦନ୍ତ କରୁଥିବା ପୋଲିସ ଅଧିକାରୀଙ୍କ ସହ କରିପାରେ ଆଲୋଚନା । ସିଲିକନ ଟେକ ଲ୍ୟାବର ସିଇଓ ସୁରେଶ ନାୟକ ଓ ପଞ୍ଚସଫ୍ଟର ନିର୍ଦ୍ଦେଶକ ତଥା ମାଷ୍ଚରମାଇଣ୍ଡ ଶଙ୍କର ପୃଷ୍ଟି ଓ ଅନ୍ୟତମ କାର୍ପଟଦାର ମୁନା ମହାନ୍ତି ସହ ମୋଟ ୭ଜଣଙ୍କୁ ରିମାଣ୍ଡରେ ନେବାକୁ ସିବିଆଇ କୋର୍ଟରେ ଆବେଦନ କରିପାରେ। ମାମଲାରେ ପଞ୍ଚସଫ୍ଟ ଟେକ୍ନୋଲୋଜିର ନିର୍ଦ୍ଦେଶକ ଶଙ୍କର ପୃଷ୍ଟି ଏବଂ ମୁନା ମହାନ୍ତିଙ୍କ ସମେତ ୧୨୩ ଜଣ ଗିରଫ ହୋଇଛନ୍ତି । ଏହି ଦୁର୍ନୀତିରେ ୧,୦୦୦ କୋଟି ଟଙ୍କାର କାରବାର ହୋଇଥିବା କୁହାଯାଉଛି ।

SI Exam Scam: Crime Branch Arrests Key Aide Of Main Accused Shankar Prusty  | Odisha

Related posts

ରାଜ୍ୟରେ ସର୍ବାଧିକ ୧୮୩୩ କରୋନା ସଂକ୍ରମିତ ଚିହ୍ନଟ

mahabharatanews

ପାର୍ବଣ ଋତୁ ପୂର୍ବରୁ କମିଲା ସୁନା ଦର 

mahabharatanews

ଆଜି ଜନ୍ମମାଟିରେ ପହଞ୍ଚିବ ସହିଦ ସରୋଜଙ୍କ ପାର୍ଥିବ ଶରୀର

mahabharatanews