ବିଦ୍ୟା

ଦଶମ, ଦ୍ୱାଦଶର ଅବଶିଷ୍ଟ ପରୀକ୍ଷା ଜୁଲାଇ ୧ରୁ

ନୂଆଦିଲ୍ଲୀ : କରୋନା ସଂକ୍ରମଣ ପାଇଁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇତ)ର ଦଶମ ଓ ଦ୍ୱାଦଶ ଶ୍ରେଣୀର କିଛି ପେପର ପରୀକ୍ଷା ବନ୍ଦ କରାଯାଇଥିଲା । ଲକଡାଉନ ୪ ଘୋଷଣା ହୋଇଥିଲେ ମଧ୍ୟ ଅନେକ କ୍ଷେତ୍ରରେ ବହୁ କୋହଳ କରାଯାଇଛି । ଏହାରି ମଧ୍ୟରେ ଦ୍ୱାଦଶ ଓ ଦଶମ ଶ୍ରେଣୀର ଅବଶିଷ୍ଟ ପରୀକ୍ଷା କାର୍ୟ୍ୟସୂଚୀ ଘୋଷଣା କରାଯାଇଛି । ଜୁଲାଇ ୧ରୁ ୧୫ ତାରିଖ ମଧ୍ୟରେ ଏହି ପରୀକ୍ଷାଗୁଡ଼ିକ ଅନୁଷ୍ଠିତ ହେବ।
ପୂର୍ବାହ୍ନ ସାଢ଼େ ୧୦ଟାରୁ ସାଢ଼େ ଗୋଟାଏ ପର୍ୟ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଶ୍ନପତ୍ର ପଢ଼ିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ୧୦ଟା ୧୫ରୁ ୧୦ଟା ୩୦ ପର୍ୟ୍ୟନ୍ତ ୧୫ମିନିଟ୍‍ ପାଇଁ ସମୟ ଦିଆଯିବ। ତେବେ ଏହି ପରୀକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସମସ୍ତ ଛାତ୍ରଛାତ୍ରୀ ସାନିଟାଇଜର ଏବଂ ସ୍ୱଚ୍ଛ ପାଣି ବୋତଲ ସାଙ୍ଗରେ ଧରି ଆସିବେ। ପରୀକ୍ଷାର୍ଥୀମାନେ ନିଜର ମୁହଁ ଏବଂ ନାକକୁ ମାସ୍କ ଅବା କପଡା ଦ୍ୱାରା ଢ଼ାଙ୍କି ରଖିରଖିବାକୁ କୁହାଯାଇଛି । ପରୀକ୍ଷା କେନ୍ଦ୍ରରେ ଶାରିରୀକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ରହିଛି ।

Related posts

ଆପଣଙ୍କ ମୃତ୍ୟୁ ହେଲେ ଆପଣଙ୍କ ସୋସିଆଲ ମିଡିଆ ଆକାଉଣ୍ଟ କିଏ ଚଲାଇବ?

mahabharatanews

ପ୍ରକାଶ ପାଇଲା ସିବିଏସଇ ଦଶମ ପରୀକ୍ଷା ଫଳ, ଭୁବନେଶ୍ୱରରେ ୯୩.୨୦% ପାସ

mahabharatanews

AI ର ସଫଳ ରୂପାୟନ ପାଇଁ ଅନୁଷ୍ଠିତ ହୋଇଛି AI Impact summit 2025

mahabharatanews