ବିଦ୍ୟା

ସିବିଏସଇ ଦ୍ୱାଦଶ ରେଜଲ୍ଟ ପ୍ରକାଶ ପାଇଲା

(ନୂଆଦିଲ୍ଲୀ): ସୋମବାର ସିବିଏସଇ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ ପାଇଛି। ସିବିଏସ୍ଇ ତା’ର ଅଫିସିଆଲ୍ ୱେବସାଇଟରେ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ଘୋଷଣା କରିଛି। ଏନେଇ ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ ଟ୍ୱିଟ କରି ସୂଚନା ଦେଇଛନ୍ତି। ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ ସିବିଏସଇ ୱେବସାଇଟରେ ସେମାନଙ୍କ ପରୀକ୍ଷା ଫଳ ଦେଖି ପାରିବେ।
ଚଳିତ ବର୍ଷ ସର୍ବଭାରତୀୟ ସ୍ତରରେ ୮୮. ୭୮% ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଗତବର୍ଷ ପାସ ହାର ୮୩.୪୦% ରହିଥିଲା। ଅର୍ଥାତ ୨୦୨୦ ବର୍ଷରେ ଅଧିକ ୫.୩୮% ଭଲ ରେଜଲ୍ଟ ହୋଇଛି। ଏ ବର୍ଷ କୌଣସି ପିଲାଙ୍କୁ ଫେଲ୍ କରାଯାଇନାହିଁ। ଫେଲ୍ ପରିବର୍ତ୍ତେ ‘ଏସେନ୍ସିଆଲ୍ ରିପିଟ୍’ ବ୍ୟବସ୍ଥା କରାଯାଇଛି। କିନ୍ତୁ ଏ ବର୍ଷ ସିବିଏସ୍ଇ ମେଧା ତାଲିକା ବା ମେରିଟ୍ ଲିଷ୍ଟ୍ ପ୍ରକାଶ କରିବ ନାହିଁ। ତେବେ ଚଳିତବର୍ଷ ଛାତ୍ରମାନଙ୍କ ତୁଳନାରେ ଛାତ୍ରୀମାନେ ଭଲ ପ୍ରଦର୍ଶନ କରିଛନ୍ତି। ଛାତ୍ରଙ୍କ ପାସ ହାର ୮୬.୧୯% ଥିବା ବେଳେ ଛାତ୍ରୀଙ୍କ ପାସହାର ୯୨.୧୫% ରହିଛି। ସୂଚନା ଅନୁଯାୟୀ, ତ୍ରିଭେନ୍ଦ୍ରମ ରିଜିଓନରେ ସର୍ବାଧିକ ୯୭.୬୭% ରେଜଲ୍ଟ ହୋଇଛି। ସେହିପରି ଭୁବନେଶ୍ୱର ରିଜିଓନରେ ପାସ ହାର ୯୧.୪୬% ରହିଛି। ଏଥର ଜବାହର ନବୋଦୟ ବିଦ୍ୟାଳୟ ଅଧିକ ପାସ ପର୍ସେଣ୍ଟେଜ ରେକର୍ଡ କରିଛି। ଏହାର ପାସ ହାର ୯୮. ୭୦ ରହିଛି। କୃତୀ ଛାତ୍ରଛାତ୍ରୀମାନଙ୍କୁ ସିବିଏସ୍ଇ ଅଧ୍ୟକ୍ଷ ଟୁଇଟ କରି ଅଭିନନ୍ଦନ ଜଣାଇଛନ୍ତି। ଏହାସହ ରେଜଲ୍ଟ ପ୍ରକାଶ କରିବା ପ୍ରକ୍ରିୟାରେ ଲାଗିଥିବା ସମସ୍ତ ସଦସ୍ୟଙ୍କୁ ମାନବ ସମ୍ବଳ ମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି ।

Related posts

୯ ହଜାର ବର୍ଷ ଧରି ଲଗାତର ଦୁର୍ବଳ ହେଉଛନ୍ତି ସୂର୍ଯ୍ୟ

mahabharatanews

ବାଳଶ୍ରମର ବାର୍ଷିକ ଉତ୍ସବରେ ଯୋଗ ଦେଲେ ରାଜ୍ୟପାଳ ଗଣେଶୀ ଲାଲ୍

mahabharatanews

AI ର ସଫଳ ରୂପାୟନ ପାଇଁ ଅନୁଷ୍ଠିତ ହୋଇଛି AI Impact summit 2025

mahabharatanews