ଭାରତ

ସିବିଏସଇ ୧୦ମ ଓ ୧୨ଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆଡମିଟ୍ କାର୍ଡ ଜାରି 

(ଦିଲ୍ଲୀ) :  କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ)  ଦ୍ବାରା ପରିଚାଳିତ ୧୦ମ ଓ ୧୨ଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ପ୍ରବେଶ ପତ୍ର ବା ଆଡମିଟ୍ କାର୍ଡ ଜାରି କରାଯାଇଛି । ଏସବୁ ଆଡମିଟ୍ କାର୍ଡ ସିବିଏସଇ cbse.gov.in ଅଫିସିଆଲ ୱେବସାଇଟରେ ଉପଲବ୍ଧ । ସ୍କୁଲମାନେ ଏହି ପୋର୍ଟାଲ ମାଧ୍ୟମରେ ଲଗ୍ ଇନ୍ କରି ସିବିଏସ୍ଇ ଆଡମିଟ୍ କାର୍ଡ ୨୦୨୪ ଡାଉନଲୋଡ୍ କରିପାରିବେ।

ସୂଚନାନୁଯାୟୀ ,  ଦିନେ ଦୁଇ ଦିନ ମଧ୍ୟରେ ସ୍କୁଲଗୁଡ଼ିକ ଆଡମିଟ୍ କାର୍ଡ ବଣ୍ଟନ ପ୍ରକ୍ରିୟା ଆରମ୍ଭ କରିବେ। ଆଡମିଟ୍ କାର୍ଡ କେବେ ପାଇବେ ତାହା ଜାଣିବା ପାଇଁ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଯିବାକୁ ପଡ଼ିବ। ସିବିଏସଇ ଦଶମ, ଦ୍ୱାଦଶ ଶ୍ରେଣୀ ର ବୋର୍ଡ ପରୀକ୍ଷା ଫେବୃଆରୀ ୧୫ରୁ ଆରମ୍ଭ ହୋଇ ଏପ୍ରିଲ ୨ ରେ ଶେଷ ହେବ । ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀ ର ସିବିଏସଇ ବୋର୍ଡ ପରୀକ୍ଷା ଗୋଟିଏ ଦିନରୁ ଆରମ୍ଭ ହେଉଛି । ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷା ଫେବ୍ରୁଆରି ୧୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୩, ୨୦୨୪ରେ ଶେଷ ହେବ।

Related posts

ସ୍କୁଟର ଚାର୍ଜ କରୁଥିବା ବେଳେ ଲାଗିଲା ନିଆଁ, ୬ ଜୀବନ୍ତ ଦଗ୍ଧ

mahabharatanews

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କୁ ଗୁଳିମାଡ଼

mahabharatanews

 ରାଜୀବ ଗାନ୍ଧିଙ୍କ ହତ୍ୟାକାରୀଙ୍କ ଦେହାନ୍ତ

mahabharatanews