ଭାରତ

ସିବିଏସଇ ୧୦ମ ଓ ୧୨ଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆଡମିଟ୍ କାର୍ଡ ଜାରି 

(ଦିଲ୍ଲୀ) :  କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ)  ଦ୍ବାରା ପରିଚାଳିତ ୧୦ମ ଓ ୧୨ଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ପ୍ରବେଶ ପତ୍ର ବା ଆଡମିଟ୍ କାର୍ଡ ଜାରି କରାଯାଇଛି । ଏସବୁ ଆଡମିଟ୍ କାର୍ଡ ସିବିଏସଇ cbse.gov.in ଅଫିସିଆଲ ୱେବସାଇଟରେ ଉପଲବ୍ଧ । ସ୍କୁଲମାନେ ଏହି ପୋର୍ଟାଲ ମାଧ୍ୟମରେ ଲଗ୍ ଇନ୍ କରି ସିବିଏସ୍ଇ ଆଡମିଟ୍ କାର୍ଡ ୨୦୨୪ ଡାଉନଲୋଡ୍ କରିପାରିବେ।

ସୂଚନାନୁଯାୟୀ ,  ଦିନେ ଦୁଇ ଦିନ ମଧ୍ୟରେ ସ୍କୁଲଗୁଡ଼ିକ ଆଡମିଟ୍ କାର୍ଡ ବଣ୍ଟନ ପ୍ରକ୍ରିୟା ଆରମ୍ଭ କରିବେ। ଆଡମିଟ୍ କାର୍ଡ କେବେ ପାଇବେ ତାହା ଜାଣିବା ପାଇଁ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଯିବାକୁ ପଡ଼ିବ। ସିବିଏସଇ ଦଶମ, ଦ୍ୱାଦଶ ଶ୍ରେଣୀ ର ବୋର୍ଡ ପରୀକ୍ଷା ଫେବୃଆରୀ ୧୫ରୁ ଆରମ୍ଭ ହୋଇ ଏପ୍ରିଲ ୨ ରେ ଶେଷ ହେବ । ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀ ର ସିବିଏସଇ ବୋର୍ଡ ପରୀକ୍ଷା ଗୋଟିଏ ଦିନରୁ ଆରମ୍ଭ ହେଉଛି । ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷା ଫେବ୍ରୁଆରି ୧୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୩, ୨୦୨୪ରେ ଶେଷ ହେବ।

Related posts

ମା କାଳୀ ଜଣେ ମାଂସ ଖାଉଥିବା, ମଦ୍ୟପାନ କରୁଥିବା ଦେବୀ ବୋଲି ମତ ରଖିଲେ କଂଗ୍ରେସ ସାଂସଦ

mahabharatanews

ଏହି ୩ ରାଜ୍ୟରେ କୋହଳ ହେଲା ମାସ୍କ ନିୟମ

mahabharatanews

ଏଷ୍ଟ୍ରାଜେନେକା ବୁଷ୍ଟର ଡୋଜ ହେବ ଓମିକ୍ରନ ଉପରେ ଭାରି

mahabharatanews