ଓଡିଶା

 ବହୁଚର୍ଚ୍ଚିତ ପରୀ ଦୁଷ୍କର୍ମ ମାମଲା: ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ 

(ନୟାଗଡ଼) :  ଆସିଲା ନୟାଗଡ଼ର ବହୁଚର୍ଚ୍ଚିତ ପରୀ ଦୁଷ୍କର୍ମ ମାମଲାର ଫଇସଲା । ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ । କାରାଦଣ୍ଡାଦେଶ ଶୁଣାଇଲେ ଜିଲ୍ଲା ଅତିରିକ୍ତ ଦୌରାଜଜ୍। ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ । କାରାଦଣ୍ଡାଦେଶ ଶୁଣାଇଲେ ଜିଲ୍ଲା ଅତିରିକ୍ତ ଦୌରାଜଜ୍।

ସୂଚନାନୁଯାୟୀ ,  ୨୦୨୦ରେ ରାଜ୍ୟରେ ଚହଳ ପକାଇଥିଲା ଏହି ଖବର । ଘର ସାମ୍ନାରେ ଖେଳୁଥିବା ବେଳେ ନିଖୋଜ ହୋଇଥିଲା ପରୀ। ନିଖୋଜର ୧୦ ଦିନ ପରେ ପରୀର ଗଳିତ ଦେହାବଶେଷ ମିଳିଥିଲା। ଏକ ଅଖା ବସ୍ତାରୁ ଦେହାବଶେଷ, ହାଡ଼ ଉଦ୍ଧାର କରାଯାଇଥିଲା। କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଥିଲା। ୨୦୨୦ ମସିହା ଜୁଲାଇ ମାସ ୧୪ ତାରିଖରେ ନୟାଗଡ଼ ସଦର ଥାନା ଯଦୁପୁର ଗାଁ ଦାଣ୍ଡରେ ଖେଳୁଥିଲା ୫ ବର୍ଷୀୟା ଶିଶୁ କନ୍ୟା ପରୀ । ହେଲେ ଅପହରଣର ୭ ଦିନ ପରେ ଗାଁକୁ ପୋଲିସର ଡଗ ସ୍କ୍ୱାର୍ଡ ଆସିଥିଲା । ଆଉ ସ୍କ୍ୱାର୍ଡ ଯିବାର ପର ଦିନ ପରୀର ଗଳିତ ,ଖଣ୍ଡବିଖଣ୍ଡିତ ମୃତ ଦେହ ଏକ ବସ୍ତାରେ ବନ୍ଧା ହୋଇଥିବା ଅବସ୍ଥାରେ ଅଶୋକଙ୍କ ବାଡ଼ି ସଂଲଗ୍ନ ପୋଖରୀ କୂଳରୁ ମିଳିଥିଲା ।

Related posts

୨୦ କିଲୋ ଚାଉଳ , ୨ କିଲୋ ମାଛରେ ଚଳୁଛି ପରିବାର

mahabharatanews

ଶୀତ ପ୍ରକୋପ : ରାଜ୍ୟର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରି 

mahabharatanews

ମଦ ନେଲା ଜୀବନ

mahabharatanews