ଭାରତ

କେମିକାଲ୍ କାରଖାନା ଲିକ, ୨୮ ଗୁରୁତର

(ଗୁଜୁରାଟ) : ଲିକ ହେଲା କେମିକାଲ୍‌ କାରଖାନା । ଫଳରେ ୨୮ଜଣ ଗୁରୁତର ‌ଗୁଜୁରାଟ ବୁଧବାର ଦିନ ଗୁଜରାଟର ଭରୁଚ ଜିଲ୍ଲା ଅନ୍ତର୍ଗତ ଜମ୍ବୁସାର ନିକଟରେ ଏକ କେମିକାଲ୍‌ କାରଖାନାରୁ ଲିକ୍‌ ହୋଇଥିବା ବିଶାକ୍ତ ବାଷ୍ପ ଆଘ୍ରାଣ କରି ଅନ୍ୟୂନ ୨୮ଜଣ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି ।

ସୂଚନାନୁଯାୟୀ, ‘ବ୍ରୋମାଇନ୍‌’ ବାଷ୍ପ ଆଘ୍ରାଣ କରିବା ପରେ ଶ୍ବାସପ୍ରଶ୍ବାସରେ ଅସୁବିଧା ହୋଇଥିବା କଥା ପ୍ରଭାବିତ ଲୋକେ କହିଥିଲେ ବୋଲି  ଭରୁଚ ରେସିଡେନ୍‌ସ୍‌ ଆଡିସ୍‌ନାଲ୍‌ କଲେକ୍ଟର୍‌ ‌ କହିଛନ୍ତି। ନିଆଁ ଲାଗିବାରୁ ସେଠାରୁ ‘ବ୍ରୋମାଇନ୍‌’ ବାଷ୍ପ ଲିକ୍‌ ହୋଇଥିଲା।ବାଷ୍ପ ଲିକ୍‌ ହୋଇଥିବା ଟ୍ୟାଙ୍କ୍‌ ପାଖରେ ଥିବା ଶ୍ରମିକମାନେ ଅସୁସ୍ଥ ‌ଲାଗୁଛି ବୋଲି କହିବାରୁ ସେମାନଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା।ଘଟଣା ସଂକ୍ରାନ୍ତରେ ଅଧିକ ତଦନ୍ତ ଚାଲିଛି ବୋଲି ପୁଲିସ କହିଛି।

Related posts

ଦେଶରେ ପୁଣି୨୦ ହଜାରେ ଟପିଲା ସଂକ୍ରମଣ ; ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି

mahabharatanews

ଶ୍ୟୋକ ନଦୀକୁ ଖସିଲା ଯବାନଙ୍କ ବସ : ୭ ଯବାନ ସହିଦ

mahabharatanews

ଆଜି ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଘେରାଉ କରିବେ ଏଏପି

mahabharatanews