ମନୋରଞ୍ଜନ

‘ଗଦର-୨’ ଦେଖିଲେ ନାହିଁ ଅମିଷାଙ୍କ ପରିବାର ଲୋକେ

(ମୁମ୍ବାଇ) : ହଲରେ ଧମାଲ ମଚାଇଛି ଗଦର-୨  ବଲିଉଡ ଅଭିନେତ୍ରୀ ଅମିଷା ପଟେଲ ନିକଟରେ ଏକ ସାକ୍ଷାତକାରରେ ଅଭିନେତ୍ରୀ ନିଜର ଦୁଃଖ ବଖାଣିଛନ୍ତି। ଗଦର-୨ ଭଲ ବ୍ୟବସାୟ କରୁଥିଲେ ବି ଏପର୍ଯ୍ୟନ୍ତ ତାଙ୍କର ଏହି ଫିଲ୍ମ ତାଙ୍କ ବନ୍ଧୁ ଓ ପରିବାର ବର୍ଗ ଦେଖିନଥିବା କହିଛନ୍ତି ଅମିଷା।

ଖବରନୁଯାୟୀ ,ନିକଟରେ ଅମିଷା ପଟେଲ ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି ଯେ ତାଙ୍କ ସାଙ୍ଗ ଏବଂ ପରିବାର ସମେତ ଅନେକ ଲୋକଙ୍କର ସନ୍ଦେହ ଥିଲା। ତାଙ୍କର ଘନିଷ୍ଠ ବନ୍ଧୁମାନେ ତାଙ୍କୁ ପଚାରିଥିଲେ ଯେ ସେମାନେ ‘ଗଦର ୨’ ଦେଖିବା ପାଇଁ ପ୍ରେକ୍ଷାଳୟକୁ ଯିବେ କି ନାହିଁ। ଲୋକମାନେ ‘ଗଦର’ ସମୟରେ ମଧ୍ୟ ଏହା କରିଥିଲେ। ସେହି ଲୋକମାନେ କେବଳ ମୋତେ ଅପମାନିତ କରିବାକୁ ଚାହାଁନ୍ତି ବୋଲି କହିଛନ୍ତି ଅଭିନେତ୍ରୀ।

Related posts

 ପରଲୋକରେ ହଲିଉଡର ପ୍ରସିଦ୍ଧ ଗାୟିକା କୋକୋ ଲି’ 

mahabharatanews

‘ତାରେକ ମେହେତା କା ଉଲଟା ଚଷମା’ ର ପ୍ରଯୋଜକଙ୍କ ନାମରେ ସଙ୍ଗୀନ ଅଭିଯୋଗ

mahabharatanews

ଆଜି କିଙ୍ଗ ଖାନାଙ୍କ ୫୮ ତମ ଜନ୍ମଦିନ 

mahabharatanews