Uncategorized

ହାତୀ ମୃତ୍ୟୁ ଘଟଣା: କେରଳ ସରକାରକୁ କେନ୍ଦ୍ରର ଜବାବ ତଲବ

ତିରୁବନନ୍ତପୁରମ: କେଳର ସାଲଲେଣ୍ଟ ଭ୍ୟାଲି ଜଙ୍ଗଲରେ ଗର୍ଭବତୀ ହାତୀକୁ ସପୁରି ଭିତରେ ବିସ୍ଫୋରକ ପରୁଇ ହତ୍ୟା ଘଟଣା ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି । ଅଭିଯୁକ୍ତ ବିରୋଧରେ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋର ଧରିଛି । ଲୋକଙ୍କ ଦାବିକୁ ନେଇ କେନ୍ଦ୍ର ସରକାର କେରଳ ସରକାରଙ୍କୁ ରିପୋର୍ଟ ମାଗିଛି । ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି । ଘଟଣାରୁ ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଘଟଣାର ଉଚ୍ଚ ସ୍ଥରୀୟ ତଦନ୍ତ ପାଇଁ କେନ୍ଦ୍ର ସରକାର କେରଳ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଗୁରୁବାର କହିଛନ୍ତି ।
କେରଳ ସରକାର ମଧ୍ୟ ଏହି ବର୍ବରତାକୁ ଗମ୍ଭୀରତାର ସହ ନେଇଛନ୍ତି ଏବଂ ବନ୍ୟଜନ୍ତୁ ଅପରାଧୀ ଯାଞ୍ଚ ଦଳକୁ ଏହାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ କହିଛନ୍ତି ଯେ ପାଲକ୍କଡ ଜିଲ୍ଲାର ମାନାର୍କାଡ ଜଙ୍ଗଲ ବିଭାଗରେ ହାଥନୀଙ୍କ ମୃତ୍ୟୁ ମାମଲାରେ ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଛି ଏବଂ ଏହି ଘଟଣାରେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ, ମେ ୨୭ ତାରିଖରେ ଏକ ଗର୍ଭବତୀ ହାତୀ ଖାଦ୍ୟ ଖୋଜିବା ପାଇଁ ନିକଟବର୍ତ୍ତୀ ଗାଁ କୁ ଚାଲିଯାଇଥିଲା । । ଏହାପରେ ସ୍ଥାନୀୟ ଲୋକ ହାତୀକୁ ସପୁରୀ ମଧ୍ୟରେ ବିସ୍ଫୋରକୁ ପୁରାଇ ଖାଇବାକୁ ଦେଇଥିଲେ । ଏହାପରେ ହାତୀର ପେଟ ଭିତରେ ବିସ୍ଫୋରକ ଫାଟିଯିବାରୁ ହାତୀଟି ଯନ୍ତ୍ରଣାରେ ବିକଳ ହୋଇ ବେଲିୟାର ନଦୀରେ ୩ ଦିନ ଛିଡା ହୋଇ ରହିଥିଲା ଓ ତାକୁ କୌଣସି ଚିକିତ୍ସା ସହାୟତା ଯୋଗାଇବା ସମ୍ଭବ ହୋଇ ପାରିନଥିଲା । ଶେଷରେ ହାତୀର ମୃତ୍ୟୁ ହୋଇଥିଲା । ପୋଷ୍ଟମଟମରୁ ତାର ପେଟରେ ଛୁଆ ଥିବା ଜଣାପଡିଥିଲା, ଯାହାର ମଧ୍ୟ ମୃତ୍ୟୁ ହୋଇଥିଲା ।

Related posts

ଚଣ୍ଡିଗଡ ହାଇକୋର୍ଟର ବିଜାରପତି ଭାବେ ଶପଥ ନେଲେ ମୁରଲିଧର

mahabharatanews

ଲକଡାଉନ ନିୟମ ଉଲ୍ଲଂଘନ ସଂକ୍ରାନ୍ତୀୟ ମାମଲା ପ୍ରତ୍ୟାହାର କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

mahabharatanews

ସେନା ଶିବିର ଉପରେ ଆତଙ୍କୀ ଆକ୍ରମଣ: ଜଣେ ଯବାନ ଆହତ

mahabharatanews