Uncategorized

ଲକଡାଉନ ନିୟମ ଉଲ୍ଲଂଘନ ସଂକ୍ରାନ୍ତୀୟ ମାମଲା ପ୍ରତ୍ୟାହାର କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବିପର୍ୟ୍ୟୟ ପରିଚାଳନା ଅଧିନିୟମ ୨୦୦୫ ଅଧୀନରେ ପ୍ରବାସୀମାନଙ୍କ ବିରୋଧରେ ଲକଡାଉନ ନିୟମ ଉଲ୍ଲଂଘନ ନେଇ ରୁଜୁ ହୋଇଥିବା ସବୁ ମାମଲାକୁ ପ୍ରତ୍ୟାହାର କରିବା ପାଇଁ ଆଜି ସୁପ୍ରିମକୋର୍ଟ କହିଛନ୍ତି। ସମସ୍ତ ପ୍ରବାସୀଙ୍କୁ ସେମାନଙ୍କ ଘରେ ଆଗାମୀ ୧୫ ଦିନ ମଧ୍ୟରେ ପହଞ୍ଚାଇବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। କେନ୍ଦ୍ର ଏବଂ ରାଜ୍ୟ ସରକାରମାନେ ପ୍ରବାସୀଙ୍କ ତାଲିକା ପ୍ରସ୍ତୁତ କରି ଏ ଦିଗରେ ପଦକ୍ଷେପ ନେବାକୁ ସର୍ବୋଚ୍ଚ ନ୍ୟାୟାଳୟ ଆଦେଶ ଦେଇଛନ୍ତି।
କୋର୍ଟ କହିଛନ୍ତି, କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକୁ ସୁବ୍ୟବସ୍ଥିତ ପଦ୍ଧତିରେ ପ୍ରବାସୀ ଶ୍ରମିକମାନଙ୍କୁ ଚିହ୍ନଟ କରିବା ଲାଗି ତାଲିକା ପ୍ରସ୍ତୁତ କରିବାକୁ ପଡ଼ିବ। ପ୍ରବାସୀ ଶ୍ରମିକମାନଙ୍କ ପାଇଁ ରୋଜଗାର ରିଲିଫ୍ ମ୍ୟାପ୍ ଏବଂ ସ୍କିଲ୍ ମ୍ୟାପିଙ୍ଗ୍ କରାଯିବ। ସର୍ବୋଚ୍ଚ ନ୍ୟାୟାଳୟ ଆହୁରି କହିଛନ୍ତି ଯେ, ଶ୍ରମିକ ଟ୍ରେନର ଚାହିଦା ହେଲେ ରେଲୱେ ୨୪ ଘଣ୍ଟା ମଧ୍ୟରେ ଟ୍ରେନ୍ ଯୋଗାଇବ। ଯୋଜନା, ରୋଜଗାର ସୃଷ୍ଟି ଇତ୍ୟାଦି ବିଷୟରେ ସମସ୍ତ ରାଜ୍ୟକୁ ସେମାନଙ୍କର ସବିଶେଷ ପ୍ରମାଣପତ୍ର ଦାଖଲ କରିବାକୁ କୁହାଯାଇଥିବାବେଳେ ଏ ସମ୍ପର୍କରେ ପରବର୍ତ୍ତୀ ଶୁଣାଣି ଜୁଲାଇ ୮ରେ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Related posts

ଗଞ୍ଜାମରୁ ୩୨ ନୂଆ କରୋନା ପଜିଟିଭ୍ ଚିହ୍ନଟ

mahabharatanews

ଏନପିଆର ବିରୋଧରେ ବିଧାନସଭାରେ ଆପ୍ ନେତାଙ୍କ ପ୍ରସ୍ତାବ

mahabharatanews

ନରବଣେ ହେବେ ଦେଶର ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ

mahabharatanews