ଯାଜପୁର: ସୋମବାର ଦିନ ଯାଜପୁର ଜିଲ୍ଲାପାଳ ଭାବେ ଦାୟିତ୍ୱ ନେଇଛନ୍ତି ଆଇଏଏସ ଚକ୍ରବର୍ତ୍ତୀ ସିଂହ ରାଠୋର । ଆଜି ସେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ପ୍ରଥମେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠକୁ ଯାଇ ମାଙ୍କ ଦର୍ଶନ ପୂର୍ବକ ପୂଜାର୍ଚ୍ଚନା କରିଥିଲେ । ଏହାପରେ ସେ ଜିଲ୍ଲାପାଳ କାର୍ଯ୍ୟାଳୟ ଅଭିମୁଖେ ଯାଇଥିଲେ । ସେଠାରେ ପହଞ୍ଚିବା ପରେ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ଆଜି ରାଠୋରଙ୍କ ଯାଜପୁର ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ ପରେ ଜିଲ୍ଲାପାଳ ଅଫିସର ଅଧିକାରୀ, କର୍ମଚାରୀ ତାଙ୍କୁ ଶୁଭେଚ୍ଛା ସମ୍ବର୍ଦ୍ଧନା ଜଣାଇଛନ୍ତି । ବିଭିନ୍ନ ବର୍ଗର ବୁଦ୍ଧିଜୀବୀ ରାଠୋରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ରାଠୋର ହେଉଛନ୍ତି ୨୦୧୪ ବ୍ୟଚର ଆଇଏଏସ । ସେ ଯାଜପୁର ଜିଲ୍ଲାପାଳ ହେବା ପୂର୍ବରୁ ବ୍ରହ୍ମପୁର ମୁନିସିପାଳ କର୍ପୋରେସନର କମିଶନରଭାବେ ଦାୟିତ୍ୱ ତୁଲାଉଥିଲେ । ସେ ଅ।।ଦିବାସୀ ଅଧ୍ୟୁଷିତ କେ।।ରାପୁଟ ଜିଲ୍ଲାର ଉପଜିଲ୍ଲାପାଳ ଭାବେ କାର୍ଯ୍ୟକରି ବେଶ ସଫଳତା ଓ ଲୋକପ୍ରିୟତା ହାସଲ କରିଥିଲେ । ତାଙ୍କ ଦିଗଦର୍ଶନରେ କୋଭିଡ-୧୯ ମୁକାବିଲାରେର ବ୍ରହ୍ମପୁର ସଫଳତା ହାସଲ କରିଛି । ବର୍ତ୍ତମାନ ଯାଜପୁର କରୋନ।। ସଂକ୍ରମଣରେ ରାଜ୍ୟରେ ୫ମ ସ୍ଥାନରେ ରହିଛି । ଏପ୍ରିଲରୁ ଏଯ।।ବତ୍ ଯାଜପୁରରେ ସଂକ୍ରମଣ ତମିବାର ନାମ ନେଉନାହିଁ । ତେବେ ରାଠୋରଙ୍କ ବ୍ରହ୍ମପୁରକୁ ବଦଳି ପରେ ଜିଲ୍ଲାବାସୀଙ୍କ ମଧ୍ୟରେ କରୋନ।।କୁ ପ୍ରତିହତ କରିବାର ଆଶା ସଂଚାର ହୋଇଛି । ବ୍ରହ୍ମପୁର ମୁନିସିପାଲ କର୍ପୋରେଶନର କମିଶନର ଭାବେ ସେ କରୋନା ଉପରେ ନିୟନ୍ତ୍ରଣ ଆଣିବାରେ ସଫଳ ହୋଇଥିବାରୁ ବର୍ତ୍ତମାନ ଯାଜପୁର ମଧ୍ୟ କରୋନା ଉପରେ ବିଜୟ ହାସଲ କରିବ ବୋଲି ଲୋକେ ଆଶାବାଦୀ ହୋଇଛନ୍ତି ।
previous post