ଓଡିଶା

ଦୋକାନରେ ଅଗ୍ନିକାଣ୍ଡ, ୫୦ ହଜାର ଟଙ୍କାର ସାମଗ୍ରୀ ପୋଡି ପାଉଁଶ

(ସୂର୍ଯ୍ୟକାନ୍ତ ବେହେରା/ମାଲକାନଗିରି): ମାଲକାନଗିରି ଜିଲ୍ଲା ଓରକେଲ ଥାନା ଅନ୍ତର୍ଗତ ବାଲିମେଳା-ମାଲକାନଗିରି ମୁଖ୍ୟ ରାସ୍ତାର ପୋଟ୍ରେଲ ଛକ ଠାରେ ଥିବା ଏକ ଦୋକାନରେ ରବିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ଦୋକାନରେ ଥିବା ପ୍ରାୟ ୫୦ ହଜାର ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଛି । ତେବେ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଦୋକାନ ଘରେ ଏକ ପ୍ଲାଷ୍ଟିକ ଜାରକିନରେ ବ୍ୟବସାୟୀ ଜଣକ ପ୍ରାୟ ୬୦ ଲିଟର ପେଟ୍ରୋଲ ରଖିଥିଲେ । କୌଣସି କାରଣରୁ ଦୋକାନରେ ନିଆଁ ଲାଗିବା ପରେ ତାହା ରଖାଯାଇଥିବା ପେଟ୍ରୋଲ ସଂସ୍ପର୍ଶରେ ଆସିଥିଲା । ଫଳରେ ଅଗ୍ନିକାଣ୍ଡ ଉଗ୍ରରୂପ ନେଇ ଦୋକାନକୁ ସମ୍ପୂର୍ଣ୍ଣ ଭାବେ ଜାଳି ଦେଇଥିଲା । ଖବର ପାଇ କୋରକୋଣ୍ଡା ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ଘଣ୍ଟାର ସଂଘର୍ଷ ପରେ ନିଆଁ ଲିଭାଇବାରେ ସକ୍ଷମ ହୋଇଥିଲେ । କିନ୍ତୁ ସେତେବେଳକୁ ସବୁକିଛି ଛାରଖାର ହୋଇଯାଇଥିଲା । ଦୋକାନ ଘରେ ଥିବା ୫୦ ହଜାର ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ଜଣାପଡିଛି ।

Related posts

ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ସମୀକ୍ଷା ବୈଠକ

mahabharatanews

ରାଜ୍ୟରେ ବଢୁଛି ଶୀତ, ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୧୩ଡିଗ୍ରୀ 

mahabharatanews

କିଟକୁ ଜାତୀୟ କ୍ରୀଡ଼ା ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

mahabharatanews