ଭାରତ

ଚନ୍ଦ୍ରାୟଣ -୩ : ଟ୍ୱିଟ୍ ଯୋଗେ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 

(ଦିଲ୍ଲୀ) : ‘ISROର’ ବହୁ ପ୍ରତୀକ୍ଷିତ ମିଶନ ଚନ୍ଦ୍ରାୟଣ -୩ ର ଶୁଭାରମ୍ଭ ଆଜି ଅର୍ଥାତ୍ ଜୁଲାଇ ୧୪ ଦିନ ଅପରାହ୍ନ ୨ .୩୫ ରେ ହେବ। ସାରା ଦେଶ ଏହି ଐତିହାସିକ ମୂହୁର୍ତ୍ତକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏନେଇ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟ୍ କରି ଅଭିନନ୍ଦନ ଜଣାଇଛନ୍ତି । ସେ ଏହି ଚନ୍ଦ୍ରାୟଣ -3ର ସଫଳତାକୁ ଆଶା ଏବଂ ସ୍ୱପ୍ନକୁ ଆଗକୁ ବଢାଇବାର ମିଶନ ବୋଲି କହିଛନ୍ତି ।

ସୂଚନା ଅନୁସାରେ, ଜୁଲାଇ ୧୪ରେ ଏହି ଯାନ ତା’ର ଊର୍ଦ୍ଧ୍ବଗତି ଆରମ୍ଭ କରି ଅଗଷ୍ଟ ୨୩ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ। ପୂର୍ବରୁ ଗତମାସରେ ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥ କହିଥିଲେ ଯେ, ଜୁଲାଇ ୧୩ରୁ ୧୯ ଭିତରେ ଭାରତର ତୃତୀୟ ଚନ୍ଦ୍ର ଅଭିଯାନରେ ଚନ୍ଦ୍ରଯାନ-୩ର ଉତ୍‌କ୍ଷେପଣ କରାଯିବ।

Related posts

ଅସାବଧାନତା ହେତୁ ମଝି ନଈରେ ବୁଡିଗଲା ଡଙ୍ଗା ; ୭ ଜଣ ଯାତ୍ରୀଙ୍କ ମୃତ୍ୟୁ

mahabharatanews

ଆନ୍ଧ୍ରପ୍ରଦେଶ କେମିକାଲ୍‌ କମ୍ପାନିରେ ଗ୍ୟାସ୍‌ ଲିକ୍‌; ଡାକ୍ତରଖାନାରେ ଭର୍ତ୍ତି ହେଲେ ୫୦ରୁ ଊର୍ଦ୍ଧ୍ବ ଅସୁସ୍ଥ ମହିଳା କର୍ମଚାରୀ

mahabharatanews

ପ୍ରଦୂଷଣର ମୁକାବିଲା ପାଇଁ ବଡ଼ ପଦକ୍ଷେପ, 50% ଘରୁ କାମ କରିବା ବ୍ୟବସ୍ଥା ଲାଗୁ

mahabharatanews