ଭାରତ

ପ୍ରଧାନମନ୍ତ୍ରୀଙ୍କୁ ‘ଲିଜନ୍ ଅଫ୍ ଅନର’ ସମ୍ମାନ

(ଦିଲ୍ଲୀ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫ୍ରାନ୍ସ୍ସର୍ବୋଚ୍ଚ ବେସାମରିକ ତଥା ସାମରିକ ସମ୍ମାନଗ୍ରାଣ୍ଡ୍କ୍ରସ୍ଅଫ୍ ଦି ଲିଜନ୍ଅଫ୍ଅନର୍‌’ରେ ବିଭୂଷିତ କରାଯାଇଛି। ଗୁରୁବାର ରାତିରେଏଲିଜି ପ୍ରାସାଦରେ ଫ୍ରାନ୍ସ୍ ରାଷ୍ଟ୍ରପତି ଇମ୍ମାନୁଏଲ୍ମାକ୍ରୋନ୍ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଟୁଇଟ୍କରି ଲେଖିଛନ୍ତି: ଆଜି ସନ୍ଧ୍ୟାରେଏଲିଜି ପ୍ରାସାଦରେ ମୋତେ ଆପ୍ୟାୟିତ କରିଥିବାରୁ ରାଷ୍ଟ୍ରପତି ଇମ୍ମାନୁଏଲ୍ମାକ୍ରୋନ୍ ଶ୍ରୀମତୀ ମାକ୍ରୋନ୍ଙ୍କୁ ଧନ୍ୟବାଦ ଜଣାଉଛି। ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗ୍ଚି ଏହି ସମ୍ମାନକୁ ଭାରତଫ୍ରାନ୍ସ୍ମୈତ୍ରୀର ନିବିଡ଼ ଆତ୍ମଚ୍ଛ୍ବାସ ବୋଲି ଅଭିହିତ କରିଛନ୍ତି।

ସୂଚନାନୁଯାୟୀ , ଏହି ସମ୍ମାନ ନିମନ୍ତେ ଭାରତବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ମାକ୍ରୋନ୍ଙ୍କୁ କୃତଜ୍ଞତା ଜଣାଇଥିଲେ। ବୋଲି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି।

Related posts

ଭୂକମ୍ପ ଝଟକାରେ ଥରିଲା ଆଫଗାନିସ୍ତାନ

mahabharatanews

ଗାୟକ ଜୁବିନ ଗର୍ଗଙ୍କୁ ଷଡଯନ୍ତ୍ର କରି ହତ୍ୟା କରାଯାଇଥିଲା : ହିମନ୍ତ ବିଶ୍ୱଶର୍ମା

mahabharatanews

ଆସନ୍ତା ଦୀପାବଳିକୁ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

mahabharatanews