(ଦିଲ୍ଲୀ) ; ଇତିହାସ ରଚିଲା ଭାରତ । ଚନ୍ଦ୍ରଯାନ-୩ ଆଜି ଚନ୍ଦ୍ରରେ ଅବତରଣ କରିଛି । ପୂର୍ଵ ସ୍ମୁଯାୟୀ ସନ୍ଧ୍ୟା ୬ ଟା ୪ ମିନିଟରେ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଟରେ ଲ୍ୟାଣ୍ତ କରିଛି । ଅପରାହ୍ନ ୫ଟା ୪୬ରୁ ଚନ୍ଦ୍ରଯାନ-୩ର ଅବତରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।ଦୀର୍ଘ ଦିନ ପରେ ଚନ୍ଦ୍ରଯାନ-୩ ର ସଫଳ ଅବତରଣ ପାଇଁ ସମସ୍ତଙ୍କ ମନରେ ଉତ୍କଣ୍ଠା ଦେଖିବାକୁ ମିଳିଛି ।
ସୂଚନାନୁଯାୟୀ , ତେବେ ଚନ୍ଦ୍ରଯାନ-୩ ର ସଫଳ ଅବତରଣ ପାଇଁ ଦେଶର ବିଭିନ୍ନ ଦେବାଳୟରେ ପୂଜାର୍ଚ୍ଚନା କରାଯାଇଥିଲା କିପରି ସଫଳତାର ସହ ବିକ୍ରମ୍ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡ କରିବ ସେନେଇ ଦେଶବାସୀ ଭଗବାନଙ୍କ ପାଖରେ କାମନା କରିଥିଲେ । ମୁମ୍ବାଇ, ବାରାଣସୀ, ଭୋପାଳ ସବୁଠି ପୂଜାର୍ଚ୍ଚନା ଚାଲିଛି । ଲକ୍ଷ୍ନୌରେ ସମୂହ ନମାଜ ପାଠ କରାଯାଇଛି ।