ଓଡିଶା

ପାଟଣା ଟିକିରା ବିଦ୍ୟୁତକରଣ ତଦାରକ କଲେ ପାଟଣା ବିଧାୟକ

ବିଜୟ କାରୁଆ/ପାଟଣା: ପାଟଣା ଅଞ୍ଚଳରେ ବିଦ୍ୟୁତ ସମସ୍ୟା ନେଇ ବାରମ୍ବାର ଅଭିଯୋଗ ପରେ ପାଟଣା ବିଧାୟକ ଏହି ମାମଲାରେ ହସ୍ତକ୍ଷେପ କରିଛନ୍ତି । ପୂର୍ବରୁ ପନ୍ଦର ଦିନ ତଳେ ବିଧାୟକ ବିଦ୍ୟୁତ ବିଭାଗର ଉପରିସ୍ଥ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ଶନିବାର ଦିନ ବିଧାୟକ ଏହି କାର୍ୟ୍ୟର ତଦାରଖ କରିବା ପାଇଁ ପାଟଣାସ୍ଥିତ ଡିଆନାଳୀ ବିଦ୍ୟୁତ କାର୍ୟ୍ୟାଳୟରେ ପହଞ୍ଚି ଏକ ଆଲୋଚନା କରିଥଲେ । ଆଲୋଚନାରେ ବିଭାଗୀୟ ଅଧିକାରୀଙ୍କ ସହିତ ବିକାଶମଞ୍ଚର ଆବାହକ ଅଜୟ କୁମାର ଦାଶ, କେନ୍ଦୁଝର ନେସ୍କ ଅଧିକ୍ଷଣ ଯନ୍ତ୍ରୀ ବୀରଞ୍ଚି ନାରାୟଣ ସାହୁ, ପାଟଣା ବିଧାୟକ ଜଗନ୍ନାଥ ନାଏକ ,ବିଜେଡି ବ୍ଲକ ସଭାପତି ମାଧବାନନ୍ଦ ପୃଷ୍ଟି, ଜିଲ୍ଲା କାର୍ୟ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର ଭଞ୍ଜ, ବିବେକଅନନ୍ଦ ଦଶ,କମଳାକାନ୍ତ ପତି, ସମିତି ସଭ୍ୟ ମିତ୍ର ଭାନୁ ମହାନ୍ତ, ଅଭିନାଶ ଦାଶ,ଯୁଗଳ କିଶୋର ଦଶ,ସହିତ ଅନ୍ୟ ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ। ଟିକିରା ଠାରୁ ପାଟଣା ବିଦୁତ ସଂଯୋଗି କରଣ ଉପରେ ଟିକିନିକି ଆଲୋଚନା କରାଯାଇ ଥିଲା।ଏଥିରେ ଅଧ୍ୟକ୍ଷଣ ଯନ୍ତ୍ରୀ ନାରାୟଣ ଦାଶ ଜୁନ ଶେଷ ସୁଧା ଖୁଣ୍ଟ ପୋତା ଶେଷ ହୋଵ ବୋଲି ସୂଚନା ଦେଇ ଥିଲେ।

Related posts

ମୋ ପାଇଁ ମୟୂରଭଞ୍ଜ ଜିଲ୍ଲା ସ୍ଵତନ୍ତ୍ର ଗୁରୁତ୍ଵ ବହନ କରେ -ମୁଖ୍ୟମନ୍ତ୍ରୀ

mahabharatanews

ମଣିଷ ଜୀବନ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ

mahabharatanews

ଡଙ୍ଗା ବୁଡି ଘଟଣା: ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା 

mahabharatanews