ଓଡିଶା

ବଢୁଛି ଡେଙ୍ଗୁର ପ୍ରାଦୁର୍ଭାବ,ମଶା ଶରୀରରେ ପରିବର୍ତ୍ତନ

(ଭୁବନେଶ୍ୱର) :  ରାଜ୍ୟର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁର ପ୍ରାଦୁର୍ଭାବ ବଢିବାରେ ଲାଗିଛି । ଡେଙ୍ଗୁରକୁ ନେଇ ପୁଣି ଚିନ୍ତା ବଢିବାରେ ଲାଗିଛି । ଓଡ଼ିଶାର ଏଡିସ୍ ମଶାର ୩ଟି ପ୍ରଜାତି ଏଜିପ୍ଟାଆଇ, ଆଲବୋପିକ୍ଟସ ଓ ଭିଟାଟସ୍ ଦେଖିବାକୁ ମିଳିଥାଏ । ଆଲବୋପିକ୍ଟସ ପ୍ରଜାତିର ଶରୀରରେ କ’ଣ ପରିବର୍ତ୍ତନ ହୋଇଛି, ଯେଉଁଥିପାଇଁ ଡେଙ୍ଗୁ ହେଉଛି ତାହା ଉପରେ ଅନୁଧ୍ୟାନ କରାଯାଉଛି । ଯେହେତୁ ଏବେ ଓଡ଼ିଶାରେ ଏଡିସ୍‌ ମଶାର ଦୁଇଟି ପ୍ରଜାତି ଡେଙ୍ଗୁ ରୋଗ ସୃଷ୍ଟି କରିପାରୁଛନ୍ତି, ଏ ଦୃଷ୍ଟିରୁ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିବା ସ୍ବାଭାବିକ । ଡେଙ୍ଗୁ ସଂକ୍ରମଣକୁ କିଭଳି ନିୟନ୍ତ୍ରଣ କରାଯିବ ତାହା ଉପରେ ଗବେଷଣା ଜାରି ରହିଛି ।

ସୂଚନାନୁଯାୟୀ ,  ପୂର୍ବରୁ ସହରାଞ୍ଚଳରେ ଏଜିପ୍ଟାଆଇ ପ୍ରଜାତି ଅଧିକ ଦେଖିବାକୁ ମିଳୁଥିଲା । କିନ୍ତୁ ଏବେ ଆଲବୋପିକ୍ଟସ ପ୍ରାଧାନ୍ୟ ବିସ୍ତାର କରୁଛି । ବିଶେଷଜ୍ଞଙ୍କ ମତରେ ଏଜିପ୍ଟାଆଇ ମଶା ସ୍ଥିର ପାଣି ସହ ଜମି ରହୁଥିବା ସ୍ୱଚ୍ଛ ପାଣିରେ ଏହା ବଂଶବିସ୍ତାର କରିଥାଏ ।  ହେଲେ ଆଲବୋପିକ୍ଟସ ପ୍ଲାଂଟ , ଗଛଲତାରେ ରହିଥାଏ । ରାଜ୍ୟରେ ଏବେ ଡେଙ୍ଗୁର ନମୁନା ପରୀକ୍ଷା ୧  ଲକ୍ଷ ପାର୍ କରିଛି । ତହିଁରୁ ୭୦୦୦ରୁ ଅଧିକ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Related posts

ବିଜେଡିର ମୁଖପାତ୍ର ଭାବେ ନିଯୁକ୍ତି ହେଲେ ମହେନ୍ଦ୍ର ବଡେଇ

mahabharatanews

ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ନାମାଙ୍କନ ଦାଖଲ କଲେ ଦେବୀ ପ୍ରସାଦ ମିଶ୍ର

mahabharatanews

ବଜ୍ରାଘାତରେ ଯୁବତୀ ମୃତ

mahabharatanews