ଓଡିଶା

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ଯୁବକଙ୍କ ପୁରୀରେ ଚାଲିଗଲା ଜୀବନ

(ପୁରୀ) :  ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ। ସମୁଦ୍ରରେ ବୁଡ଼ି ପର୍ଯ୍ୟଟକଙ୍କ ଚାଲିଗଲା ଜୀବନ । ନିଜ ସାଥି ମାନଙ୍କ ସହ ଗାଧୋଉ ଥିବା ବେଳେ ଏହି ଅଘଟଣ ଘଟିଛି। ଫଳରେ ଶୋକର ଛାୟା ଖେଳି ଯାଇଛି । ଝାଡ଼ଖଣ୍ଡର ରାଞ୍ଚି ଅଞ୍ଚଳର ବିଶାଳ ଓରାମଙ୍କ ମୃତ୍ୟୁ ଘଟିଛି । ଏନେଇ ସମୁଦ୍ରକୂଳ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୋଲିସ ।

ସୂଚନା ଅନୁସାରେ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୨୧ ଜଣିଆ ଦଳରେ ସେ ପୁରୀ ବୁଲିବାକୁ ଆସିଥିଲେ ବିଶାଳ ଓରାମ । ମିଶିକି ଗାଧୋଉଥିଲେ । ତେବେ ସମୁଦ୍ରରେ ଗାଧୋଇବା ବେଳେ ଯୁବକ ଜଣକ ହଠାତ ସମୁଦ୍ରକୁ ଭାସି ଯାଇଥିଲେ । ଏହା ପରେ ତୁରନ୍ତ ୧୧୨ ନମ୍ବରରେ ଯୋଗାଯୋଗ କରି ଖବର ଦେଇଥିଲେ । ଏହା ପରେ ଘଟଣାସ୍ଥଳରେ ଲାଇଫଗାର୍ଡ଼ ଓ ଅଗ୍ନିଶମ ବାହିନୀ ପହଞ୍ଚି ରେସ୍କ୍ୟୁ ଅପରେସନ ଆରମ୍ଭ କରିଥିଲେ । ପରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।

Related posts

କରୋନା ମହାମାରି ସଂକ୍ରମଣ ଠାରୁ ଜିଲ୍ଲାକୁ ବଞ୍ଚାଇବାକୁ ଜିଲ୍ଲାପାଳଙ୍କ ଆହ୍ୱାନ

mahabharatanews

ଉଷା ପାଢ଼ୀଙ୍କ ନାଁରେ ସାଇବର ଠକେଇ ଉଦ୍ୟମ

mahabharatanews

ଲୁନାକୁ ଧକ୍କା ଦେଲା ଟ୍ରକ୍, ବ୍ୟବସାୟୀ ମୃତ

mahabharatanews