ଓଡିଶା

ଜିଲ୍ଲାପାଳ ଅଫିସ ଘେରିଲେ ଚାଷୀ

(ଚିତ୍ତରଞ୍ଜନ ସାହୁ/ମହାଭାରତ) ବରଗଡ: ବରଗଡ ଜିଲ୍ଲାର ଭେଡେନ ରେଶମ ର ଚାଷୀ ମାନେ ଗାନ୍ଧିଛକ ରୁ ବାହାରି ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ରେ ପ୍ରଥମେ ଫୁଲମାଳ ଦେଇଥିଲେ । ପରେ ବିଭିନ୍ନ ନାରା ବାଜି ଦେଇ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଚାଷୀ ମାନଙ୍କ ଅଭିଯୋଗ ଯେ ରେଶମ ମଣ୍ଡି ରେ ୧୨ ହଜାର ରୁ ଅଧିକ ବସ୍ତା ଧାନ ପଡିରହିଛି । ପ୍ରଶାସନ ର ଧ୍ୟାନ ପଡୁନାହିଁ ।
ପୁଣି କ୍ୱିଣ୍ଟାଲ ପ୍ରତି ଏକ କେଜି ଧାନ କଟନୀ କୁ ବିରୋଧ କରି ଆଜି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ଉପଜିଲ୍ଲାପାଳ ଓ ଏସିଏସଓ ଆସି ଚାଷୀମାନଙ୍କ ସହ ଆଲୋଚନା କରିଥିଲେ ।

Related posts

ବୃଦ୍ଧି ପାଉଛି ହାତୀ ଉପଦ୍ରଵ : ମହିଳା ମୃତ

mahabharatanews

ମଞ୍ଚରେ ଚାଲିଗଲେ ମାଲେସୀୟ ନୃତ୍ୟଗୁରୁ

mahabharatanews

ସାଇବର ସୁରକ୍ଷା ସଚେତନ କରାଇଲେ ନୟାଗଡ଼ ଏସ ଡ଼ି ପି ଓ

mahabharatanews