ଓଡିଶା

ଆଜି ବସିବ ଛତିଶା ନିଯୋଗ ବୈଠକ

(ପୁରୀ)  : ଆଜି ବସିବ ଛତିଶା ନିଯୋଗ ବୈଠକ । ସଂଧ୍ୟା ୫ଟାରେ ଭକ୍ତ ନିବାସରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ତେବେ ଉକ୍ତ ବୈଠକରେ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ସମ୍ପର୍କରେ ଆଲୋଚନା ହେବ  । ଶ୍ରୀମନ୍ଦରରେ ବନକଲାଗି ନୀତି ବି ବହୁ ଦିନରୁ ହେଇ ନାହିଁ। ଗତ ବୁଧବାର ଏହି ନୀତି ହେବାର ଥିଲା କିନ୍ତୁ ହୋଇନାହିଁ। ସେ ନେଇ ବି ଆଲୋଚନା ହୋଇପାରେ।

ସୂଚନାନୁଯାୟୀ , ବିଭିନ୍ନ ସଙ୍ଗଠନ ପକ୍ଷରୁ ଚାରିଦ୍ବାର ଖୋଲିବା ଦାବି ଜୋରଦାର ହେଉଛି। ଚାରି ଦୁଆର ନଖୋଲାହେବା ଯୋଗୁଁ ପୁରୀବାସୀ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। ପ୍ରତିଦିନ ପୁରୀ ବାସିନ୍ଦା ମାନେ ପଶ୍ଚିମଦ୍ବାର, ଦକ୍ଷିଣଦ୍ବାର ଓ ଉତ୍ତରଦ୍ବାର ଦେଇ ଶ୍ରୀମନ୍ଦିର କୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥାନ୍ତି।କିନ୍ତୁ ବିଡମ୍ବନା ବିଷୟ ସ୍ଥାନୀୟ ବାସିନ୍ଦା ମାନଙ୍କୁ ଅନ୍ୟ ଦ୍ବାର ବାଟରେ ଛଡାଯାଉନଥିବାରୁ ଦର୍ଶନରୁ ବଞ୍ଚିତ ହେଉଛନ୍ତି। ରଥଯାତ୍ରା ପରେ ଚାରି ଦୁଆର ଖୋଲିବା ନେଇ ସମନ୍ୱୟ ବୈଠକରେ ଆଲୋଚନା ହୋଇଥିଲା। ହେଲେ ଏ ପର୍ଯ୍ୟନ୍ତ କିଛି ହୋଇ ନାହିଁ।

Related posts

ହୁ ହୁ ହୋଇ ଜଳିଗଲା ଗୋଟିଏ କଣ୍ଟେନର ସହ ୨ଟି ଟ୍ରକ

mahabharatanews

mahabharatanews

ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର ନେଲେ ଶପଥ

mahabharatanews