ଓଡିଶା

ଅସମ୍ଭାଳ ହୀରାକୁଦ ପାଣି : ସେକେଣ୍ଡରେ ପ୍ରବେଶ କରୁଛି ୧ ଲକ୍ଷ ୪୦ ହଜାର ୫୭୫ 

(ହୀରାକୁଦ) : ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି ହୀରାକୁଦ ଜଳସ୍ତର । ଜଳଭଣ୍ଡାରର ଜଳସ୍ତର ୬୧୩ ଫୁଟ। ପ୍ରବେଶ କରୁଛି ୧ ଲକ୍ଷ ୪୦ ହଜାର ୫୭୫ କ୍ୟୁସେକ ଜଳ। ହୀରାକୁଦରୁ ୪୦ ହଜାର ୨୭୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି।

ଗତକାଲି ମଧ୍ୟାହ୍ନ ୧୨ଟାରେ ସେକେଣ୍ଡ ପିଛା ୧,୪୦,୦୪୮ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିଲା। ଏହି ସମୟରେ ଜଳଭଣ୍ଡାରରୁ ‌ସେକେଣ୍ଡ ପିଛା ୩୯,୭୫୩ କ୍ୟୁସେକ ଜଳ ନିଷ୍ପାସନ ହେଉଥିଲା। ଆସନ୍ତା ୨୩ ତାରିଖ ସକାଳ ୧୦ଟା ପରେ ହୀରାକୁଦ ଜଳଭଣ୍ତାରରୁ ବନ୍ୟା ଜଳ ଛଡ଼ାଯିବ । ଫଳରେ ମହାନଦୀ ଏବଂ ଶାଖା ନଦୀଗୁଡ଼ିକରେ ବନ୍ୟା ଜଳସ୍ତର ବୃଦ୍ଧି ପାଇବ । ତେଣୁ ଡ୍ୟାମ ପାଣି ବଢ଼ିବାକୁ ନେଇ ଲୋକଙ୍କ ମନରେ ଆଶଙ୍କା ଜାତ ହୋଇଥିଲା । ରାଜ୍ୟରେ ଜାରି ରହିଛି ବର୍ଷା; ୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ବନ୍ୟା ଜଳ ଛଡ଼ାଯିବା ନେଇ ୧୪ଟି ଜିଲ୍ଲାର ଜନସାଧାରଣଙ୍କୁ ଆଗୁଆ ସତର୍କ କରାଯାଇଛି । ଅଚାନକ ବନ୍ୟାଜଳ ଛାଡ଼ିବା ଫଳରେ ଲୋକଙ୍କର ଅନେକ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । ତେଣୁ ଏନେଇ ଡ୍ୟାମ କର୍ତ୍ତୃପକ୍ଷ ସତର୍କ କରିଛନ୍ତି ।

Related posts

ମନରୁ ଲିଭି ନାହିଁ ବାତ୍ୟାର ଭୟ

mahabharatanews

ଅକ୍ଟୋବର ୨୮ରେ ପାରାଦୀପ ଟ୍ରଷ୍ଟ ନିର୍ବାଚନ

mahabharatanews

ଅଗ୍ନିକାଣ୍ଡରେ ୨ ନାବାଳକ ମୃତ

mahabharatanews