ଭାରତ

ସ୍ତ୍ରୀଙ୍କ ଠାରୁ ଅଲଗା ହେଲେ ସେଲିବ୍ରିଟି ସେଫ କୁନାଲ କପୁର

(ମୁମ୍ବାଇ) : ସ୍ତ୍ରୀଙ୍କ ଠାରୁ ଅଲଗା ହେଲେ ସେଲିବ୍ରିଟି ସେଫ କୁନାଲ କପୁର ।  ବିବାହର ୧୬ବର୍ଷ ପରେ ଛାଡ଼ପତ୍ର ଦେଇ ସେ  ହୋଇଯାଇଛନ୍ତି। ବିବାହର ଚାରିବର୍ଷ ପରେ ୨୦୧୨ରେ କୁନ‌ାଲ ପୁତ୍ର ସନ୍ତାନର ବାପା ହୋଇଥିଲେ। ଏହାପରେ ସ୍ବାମୀ-ସ୍ତ୍ରୀ ସମ୍ପର୍କ‌ରେ ତିକ୍ତତା ଦେଖା ଦେଇଥିଲା।

ସୂଚନାନୁଯାୟୀ , ଦିଲ୍ଲୀ ହାଇକୋର୍ଟରେ ସ୍ତ୍ରୀଙ୍କ ଠାରୁ ଛାଡ଼ପତ୍ର ଚାହୁଁଥିବା ନେଇ ଏକ ଆବେଦନ କରିଥିଲେ। ଏହି ଆବେଦନରେ କୁନାଲ କହିଥିଲେ, ‘ସ୍ତ୍ରୀ ଏକତା କେବେ ବି ମୋ ପରିବାରର କୌଣସି ସଦସ୍ୟଙ୍କ ସହିତ ଭଲ ବ୍ୟବହାର ଦେଖାଇ ନାହାନ୍ତି। ମୋତେ ସବୁବେଳେ ନିଚା ଦେଖାଇବାକୁ ଚେଷ୍ଟା କରିଥାଆନ୍ତି। ପରିବାର ସହିତ ମିଶିକି ରହିବା ପାଇଁ ମୁଁ ତାଙ୍କୁ ଅନେକଥର ବୁଝାଇଛି କିନ୍ତୁ ସେ ସବୁବେଳେ ନିଷ୍ଠୁର ଭଳି ବ୍ୟବହାର କରିଥାଆନ୍ତି।’

Related posts

କଂଗ୍ରେସ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ 

mahabharatanews

ପାକ୍ ମିଡିଆରେ ଭାରତର ଅଗ୍ନିପଥ ଯୋଜନା ଉପରେ ବିତର୍କ

mahabharatanews

ଏଷ୍ଟ୍ରାଜେନେକା ବୁଷ୍ଟର ଡୋଜ ହେବ ଓମିକ୍ରନ ଉପରେ ଭାରି

mahabharatanews