ଓଡିଶାଦୁର୍ଘଟଣା

ଲାଇନଚ୍ୟୁତ ହୋଇଗଲା ଚେନ୍ନାଇ ସେଣ୍ଟ୍ରାଲ୍‌ ଏକ୍ସପ୍ରେସ୍‌

ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଜଖପୁରା ରେଳ ଷ୍ଟେସନ ନିକଟରେ ଲାଇନଚ୍ୟୁତ ହୋଇଛି ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ୍ । ଲାଇନଚ୍ୟୁତ ହୋଇ ଟ୍ରାକ୍‌ରୁ ୩ଟି ବଗି ଖସି ପଡ଼ିଛି । ଟ୍ରେନର ଇଂଜିନ ଓ ଲଗେଜ୍ ଭ୍ୟାନ୍ ଛାଡ଼ି ଅନ୍ୟ ୩ ବଗି ଟ୍ରାକ୍‌ରୁ ଖସିଛି । ଉଦ୍ଧାର ପାଇଁ ଭଦ୍ରକରୁ ଯାଇଛି ଗୋଟିଏ ରେସକ୍ୟୁ ଟିମ୍ । ଲାଇନଚ୍ୟୁତ ସମୟରେ ଏମଜିଆର ଚେନ୍ନାଇ ସେଣ୍ଟ୍ରାଲ ନ୍ୟୁ ଜଲପାଇଗୁଡ଼ି ଏକ୍ସପ୍ରେସ୍ ଧୀର ଗତିରେ ଚାଲୁଥିଲା । ଟ୍ରେନର ଗୋଟିଏ ଶୀତତାପ ନିୟନ୍ତ୍ରିତ (AC) କୋଚ୍ ଏବଂ ଦୁଇଟି ଜେନେରାଲ କୋଚ୍ ଲାଇନଚ୍ୟୁତ ହୋଇଥିଲା । ସୌଭାଗ୍ୟବଶତଃ ଏହି ଘଟଣାରେ କୌଣସି ଯାତ୍ରୀ ଆହତ ହୋଇନଥିବା ସୂଚନା ମିଳିଛି । ଟ୍ରେନ୍‌ ଦୁର୍ଘଟଣା ଲାଗି ଉକ୍ତ ରୁଟ୍‌ରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଯାତ୍ରୀଙ୍କ ଅସୁବିଧାକୁ ନଜରରେ ରଖି ଟୋଲ୍ ଫ୍ରି ନମ୍ବର (8114382367) ଜାରି କରାଯାଇଛି ।

Chennai - New Jalpaiguri Express derails in Odisha's Jajpur

Related posts

ଶାନ୍ତିପୂର୍ଣ୍ଣଭାବେ ଲିଙ୍ଗରାଜ ମନ୍ଦିର ନିକଟବର୍ତ୍ତୀ ଜବରଦଖଲ ଉଚ୍ଛେଦ

mahabharatanews

ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ ମାଲକାନଗିରି ଜିଲ୍ଲା କଂଗ୍ରେସର ବିକ୍ଷୋଭ

mahabharatanews

 ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ, ଯାତ୍ରୀ ସୁରକ୍ଷିତ

mahabharatanews