ଓଡିଶା

ଶାନ୍ତିପୂର୍ଣ୍ଣଭାବେ ଲିଙ୍ଗରାଜ ମନ୍ଦିର ନିକଟବର୍ତ୍ତୀ ଜବରଦଖଲ ଉଚ୍ଛେଦ

(ମହାଭାରତ/ଭୁବନେଶ୍ୱର): ଆଜି ଭୁବନେଶ୍ୱରସ୍ଥିତ ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟବର୍ତ୍ତୀ ଅଞ୍ଚଳରେ ଜବରଦଖଲ ଉଚ୍ଛେଦ କାମ ଅ ।ରମ୍ଭ ହୋଇଛି । ଅ ।ଜି ପୂର୍ବାହ୍ନ ୧୧ଟା ସମୟରେ ମନ୍ଦିରର ପ୍ରବେଶ ଦ୍ୱାନ ନିକଟରେ ଥିବା କ୍ୟାବିନ ଭଙ୍ଗାଯାଇଥିଲା । ତାପରେ ଉତ୍ତର ପଟରେ ଥିବା ଜବରଦଖଲ ଦୋକାନ, କୋଠା ଆଦିକୁ ଭଙ୍ଗାଯାଉଥିବାର ସୂଚନା ମିଳିଛି । ସେଠାରେ ଏହି ଜବରଦଖଲ ଉଚ୍ଛେଦ କାମ ଶାନ୍ତିପୂର୍ଣ୍ଣଭାବେ ·ଲିଥିବାର ଖବର ମିଳିଛି ।

ସୂଚନାଯୋଗ୍ୟ, ଗତ ଶନିବାର ଦିନ ଶ୍ରୀଲିଙ୍ଗରାଜ ମନ୍ଦିରର ଚତୁଃପାର୍ଶ୍ୱରେ ସରକାରୀ ଜମିକୁ ଜବରଦଖଲ କରି ର୍ନିମାଣ ହୋଇଥିବା ଦୋକାନ, କୋଠା ଅ ।ଦିକୁ ଭଙ୍ଗାଯିବ ବୋଲି ବିଡିଏ, ବିଏମସି ଓ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ର·ର କରାଯାଇଥିଲା । ଏହି ପ୍ର·ର ପରେ ଗତକାଲି ସ୍ଥାନୀୟ ଅଞ୍ଚଳରେ ଶତାଧିକ ଉଠାଦୋକାନୀ ନିଜର କ୍ୟାବିନକୁ ଉଠାଇ ନେଇଥିଲେ । ଏପରିକି ସ୍ଥାୟୀ ଦୋକାନୀମାନେ ଅ ।ଗକୁ ବାଇ ର୍ନିମାଣ କରିଥିବା ଲୁହାର ଅ ।ଙ୍ଗେଲ, ଟିଣ, ଅ ।ଜବେଷ୍ଟସ୍ ଅ ।ଦିକୁ କାଢି ନେଇଥିଲେ । ପୂର୍ବରୁ ପ୍ରଶାସନ ପକ୍ଷରୁ ମାପଚୁପ କରି ଯେଉଁ ଅନୁସାରେ ଚିହ୍ନ ଦିଆଯାଇଥିଲା ସେହି ଅନୁଯାୟୀ ଗତକାଲି କିଛି ଦୋକାନୀ ଅସ୍ଥାୟୀ ର୍ନିମାଣକୁ ଉଠାଇ ଦେଇଥିଲେ । ତେବେ ବ୍ୟବସାୟୀ ସଂଘର ସମ୍ପାଦକ ଅନୁପ ମହାପାତ୍ର ପ୍ରଶାସନକୁ ଚେତାବନୀ ଦେଇଥିଲେ ଯେ ସ୍ଥାୟୀ ଘର କି ଦୋକାନ ଭାଙ୍ଗିଲେ ନିଅ ।ଁ ଜଳିବ । କିଛି ଉନ୍ନତିମୂଳକ କାମ କରାଇ ଦିଅ ।ଯିବ ନାହିଁ ବୋଲି ବି ସେ ଧମକ ଦେଇଥିଲେ ।

Related posts

କମନ୍ ପିଜି ପ୍ରବେଶିକା ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ

mahabharatanews

ପାପଡାହାଣ୍ଡିରେ  SHG ମହିଳାଙ୍କୁ  ବିରୋଧ  

mahabharatanews

ହାତୀ ଆକ୍ରମଣରେ ବୃଦ୍ଧା ଗୁରୁତର

mahabharatanews

Leave a Comment