ଓଡିଶା

ଶ୍ରୀଜିଉ ଦର୍ଶନଙ୍କ ନେଇ ହଟିପାରେ ରବିବାର କଟକଣା

(ପୁରୀ) : ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ । ବୈଠକ ଏଜେଣ୍ଡାରେ ମହାପ୍ରଭୁଙ୍କ ଦୋଳ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଉପରେ ମୁଖ୍ୟ ଆଲୋଚନା ହେବ । ତା ବ୍ୟତୀତ କୋଭିଡ୍‌ ସଂକ୍ରମଣ ହାର ହ୍ରାସ ପାଇଥିବାରୁ ରବିବାର ଦିନ ଶ୍ରୀମନ୍ଦିର ଦର୍ଶନ ବନ୍ଦ କଟକଣା ଉଠାଇବା ନଉଠାଇବା ନେଇ ସେବାୟତ ନିଯୋଗ ମୁଖିଆମାନଙ୍କ ସହ ଆଲୋଚନା କରାଯିବ ।

ସୂଚନାନୁଯାୟୀ , ଛତିଶା ନିଯୋଗର ପରାମର୍ଶ ତଥା ସହମତି ମିଳିଲେ ରବିବାର ଦର୍ଶନ ବନ୍ଦ କଟକଣାକୁ ହୋଲି ସୁଦ୍ଧା ଉଠାଇ ନେବାକୁ ବୈଠକରେ ନିଷ୍ପତ୍ତି ହୋଇପାରେ । ବୈଠକ ଏଜେଣ୍ଡାର ଅନ୍ୟାନ୍ୟ ପ୍ରସଙ୍ଗରେ ଏହି ବିଷୟ ଉପରେ ଆଲୋଚନା ହେବାର ଆଭାସ ମିଳିଛି । ପୂର୍ବ ଘୋଷଣା ମୁତାବକ ନିର୍ଦ୍ଧାରିତ ସମୟରେ ଶ୍ରୀମନ୍ଦିର ଦ୍ୱାରଫିଟା ଓ ମଙ୍ଗଳ ଆଳତି ନୀତି ସମ୍ପନ୍ନ ହେଉଛି କି ନାହିଁ ତାହାର ବି ସମୀକ୍ଷା କରାଯିବ ବୋଲି ସୂଚନା ମିଳିଛି ।

 

Related posts

ପିକନିକ୍ ଯାଉଛନ୍ତି କି ? ଜାଣି ରଖନ୍ତୁ ଏହି ନିୟମ  

mahabharatanews

ଚୀନ ସୀମାରେ ରାସ୍ତା ନିର୍ମାଣ ଶେଷ କଲା ଭାରତ, ଉଦଘାଟନ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

mahabharatanews

ଆଲବମ କୁଇନ ଦୀପାଙ୍କ ପରଲୋକ

mahabharatanews