ମନୋରଞ୍ଜନ

‘ଛୋଟା ରାଜନ୍‌ଙ୍କୁ ଜରୁରୀ ରିଲିଫ୍‌ ମନା’ : ବମ୍ବେ ହାଇକୋର୍ଟ

(ମୁମ୍ବାଇ) : ‘ଛୋଟା ରାଜନ୍‌ଙ୍କୁ କୌଣସି ଜରୁରୀ ରିଲିଫ୍‌ ମନା’ କଲେ ବମ୍ବେ ହାଇକୋର୍ଟ । ୱେବ୍‌ ସିରିଜ୍‌ ‘ସ୍କୁପ୍‌’ ବିରୋଧରେ ପିଟିସନ୍‌ ଦାଖଲ କରିଥିବା ଜେଲରେ ଥିବା ଗ୍ୟାଙ୍ଗଷ୍ଟର ରାଜେନ୍ଦ୍ର ନିକାଲଜେ ଓରଫ ଛୋଟା ରାଜନ୍‌ଙ୍କୁ ବମ୍ବେ ହାଇକୋର୍ଟ କୌଣସି ଜରୁରୀ ରିଲିଫ୍‌ ଦେବାକୁ ମନା କରିଦେଇଛନ୍ତି।ନେଟଫ୍ଲିକ୍ସ ଏଣ୍ଟରଟେନମେଣ୍ଟ ସର୍ଭିସେସ୍‌ ଇଣ୍ଡିଆ ସମେତ ଏହି ଧାରାବାହିକର ନିର୍ମାତା ଓ ପ୍ରଯୋଜକମାନଙ୍କୁ ଜୁନ୍‌ ୭ ତାରିଖ ସୁଦ୍ଧା ରାଜନଙ୍କ ଆବେଦନର ଜବାବରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାନୁଯାୟୀ ,ସଂପ୍ରତି ଜେଲରେ ଥିବା ଏହି ଗ୍ୟାଙ୍ଗଷ୍ଟର ଗୁରୁବାର ଏହି ୱେବ୍‌ ସିରିଜ୍‌ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇ କହିଥିଲେ ଯେ ତାଙ୍କ ବିନା ପୂର୍ବ ସମ୍ମତିରେ ତାଙ୍କ ବ୍ୟକ୍ତିତ୍ୱ ଓ ଗୁଣର ବ୍ୟବହାର କିମ୍ବା ଅପବ୍ୟବହାର ତାଙ୍କ ବ୍ୟକ୍ତିଗତ ଅଧିକାରର ଉଲ୍ଲଂଘନ ଏବଂ ମାନହାନି କରୁଛି। ତେବେ ଜଷ୍ଟିସ୍‌ ଏସ୍‌ ଜି ଦିଗେ ରାଜନଙ୍କୁ କୌଣସି ପ୍ରକାରର ରିଲିଫ ଦେବା ପାଇଁ କୌଣସି ନିର୍ଦ୍ଦେଶ ଦେବାକୁ ମନା କରିଦେଇଛନ୍ତି।

Related posts

ଫିଲ୍ମ ‘ଜୱାନ’ର ପ୍ରଥମ ସୋ’ଦେଖିବେ ସଲମାନ

mahabharatanews

ଟ୍ରେନ ଦୁର୍ଘଟଣା : ଶିକ୍ଷା ସହ ଚାକିରୀ ଦେବେ ସୋନୁ ସୁଦ

mahabharatanews

“‘ଝଲକ ଦିଖଲା ଯା-୧୧’ରେ ଅସମ୍ମାନ କରାଯାଉଛି”: ଶିବ ଠାକରେ

mahabharatanews