ଓଡିଶାଦୁର୍ଘଟଣା

ପୁରୁଣା କୋଠା ଭୁଶୁଡ଼ି ୩ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକ ପ୍ରକାଶ

ଭୁବନେଶ୍ୱର:- କଟକ ସହରର ମଣିସାହୁ ଛକ ନିକଟରେ ଥିବା ହାଡ଼ିବନ୍ଧୁ ସ୍କୁଲ ନିକଟରେ ପୁରୁଣା କୋଠା ଭୁଶୁଡ଼ିବାରୁ ବସ୍ତିରେ ରହୁଥିବା ୩ ଜଣଙ୍କର ମୃତ୍ୟୁ ଘଟିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରି ନିଜ X ପେଜ୍ ରେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତଙ୍କ ଉତ୍ତମ ଚିକିତ୍ସା ସରକାର ଯୋଗାଇ ଦେଇଛନ୍ତି ବୋଲି ମଧ୍ୟ ସୂଚନା ଦେଇଛନ୍ତି । ଏବଂ ମୃତକ ଅବଦୁଲ ମୁଜାହିଦ, ଅବଦୁଲ ଜାହିଦ ଓ ଅବଦୁଲ ଜଲିଲଙ୍କ ପରିବାରକୁ ସିଏମ ରିଲିଫ ପାଣ୍ଠିରୁ ଚାରି ଲକ୍ଷର ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ ପାଇଁ ଘୋଷଣା କରିଛନ୍ତି ।

ଶନିବାର ଅପରାହ୍ନ ୪ଟା ୪୫ରେ ମଣିସାହୁ ଛକ ନିକଟରେ ଥିବା ଏକ ଆପାଟ୍‌ମେଣ୍ଟର ବାଲକୋନୀ ଭୁଶୁଡ଼ିଥିଲା। ଭୁଶୁଡ଼ିଥିବା ବାଲକୋନୀର ଅଂଶବିଶେଷ ନିକଟରେ ଥିବା ବସ୍ତିର ଘର ଉପରେ ପଡ଼ିଥିଲା। ଫଳରେ ଯେଉଁ ଆଜବେଷ୍ଟସ ଘରେ ଅବଶେଷ ପଡ଼ିଥିଲା, ସେଠାରେ ରହୁଥିବା ପରିବାର ଚାପି ହୋଇଯାଇଥିଲେ । ଦୁର୍ଘଟଣା ସଂପର୍କିତ ଖବର ପାଇ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ଥିଲେ ଏବଂ ଆହତଙ୍କୁ ଉଦ୍ଧାର କରି କଟକ ବଡ଼ ଡାକ୍ତରଖାନାକୁ ସୁଦ୍ଧା ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

Related posts

ଆଇଏଏସ ସ୍ତରରେ ଅଦଳବଦଳ

mahabharatanews

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

mahabharatanews

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୭ ଜଣଙ୍କର ମୃତ୍ୟୁ

mahabharatanews