ଓଡିଶାରାଜନୀତି

ଆଜି ନୂଆପଡ଼ାରେ ଅଖିଳେଶ ୟାଦବ କରିବେ ପ୍ରଚାର

ନୂଆପଡ଼ା:- ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ। ଅପରାହ୍ନ ୪ ଟା ରେ ପ୍ରଚାର ବନ୍ଦ । ବିଭିନ୍ନ ଦଳର ପ୍ରାର୍ଥୀ ନିଜର ଦମ ଦେଖେଇବା ସହ ଭୋଟରଙ୍କ ମନ ଜିଣିବାକୁ ଦମ ଲଗାଇଦେଇଛନ୍ତି । ପ୍ରଚାର ପାଇଁ ହାତରେ ଆଉ କିଛି ଘଣ୍ଟା ବାକିଥିବାରୁ ପ୍ରାର୍ଥୀ, ତାଙ୍କ ସମର୍ଥକ, ଦଳୀୟ ନେତା ଓ କର୍ମୀମାନେ ପୁରା ଜୋର ଲଗାଇ ଦେଇଛନ୍ତି । ଭୋଟରଙ୍କୁ ମନାଇବାକୁ ଶେଷ ଉଦ୍ୟମ ଜାରିରଖିଛନ୍ତି ।

Akhilesh Yadav | Samajwadi Party, Biography, Family, & Facts | Britannica

ତେବେ ଆଜି ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ୟାଦବ ନୂଆପଡ଼ା ଜିଲ୍ଲା ଗସ୍ତରେ ଆସୁଛନ୍ତି । ସ୍ଥାନୀୟ ପୋଲିସ ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନ ୧ଟାରେ ନିର୍ବାଚନୀ ସଭାରେ ଯୋଗଦେଇ ସମାଜବାଦୀ ପାର୍ଟି ପ୍ରାର୍ଥୀ ରାମାକାନ୍ତ ହାତୀଙ୍କ ପାଇଁ ଅଖିଳେଶ ଭୋଟଭିକ୍ଷା କରିବେ । ଏଥିରେ ସମାଜବାଦୀ ପାର୍ଟି  ରାଜ୍ୟ ପ୍ରଭାରୀ ସୁନିଲ ସିଂ ୟାଦବ, ରାଜ୍ୟ ସଭାପତି ଶିବ ହାତୀ ଉପସ୍ଥିତ ରହିବେ ।

Related posts

ଭୁବନେଶ୍ୱରରେ ପହଞ୍ଚିଲା ସହିଦ ଯବାନଙ୍କ ମରଶରୀର

mahabharatanews

ଆଇ.ଆଇ.ଜି ସ୍ପୋର୍ଟସ୍ ଏକାଡେମୀ ପକ୍ଷରୁ ; ଓଡ଼ିଶାରେ ଖେଳାଯିବ କଷ୍ଟୋମାଇଜ୍ କଲର ବଲ ଟେନିସ ଟୁର୍ଣ୍ଣାମେଣ୍ଟ

mahabharatanews

ଲୋନ୍ ଆଳରେ ୧ଲକ୍ଷ ଚଳୁ କଲା ସାଇବର ଠକ

mahabharatanews