ଓଡିଶା

ଗଜପତିରେ ଗଡ଼ିଲା ଲକ୍ଷ୍ମୀ ବସ୍

(ଗଜପତି):   ଗଜପତି ଜିଲ୍ଲାରେ ଗଡ଼ିଲା ଲକ୍ଷ୍ମୀ ବସ୍ । ଆଜି ଠାରୁ ଗଜପତି ଜିଲ୍ଲାରେ ଲକ୍ଷ୍ମୀ ଯୋଜନା ବସ୍‌ ଚଳାଚଳ ଆରମ୍ଭ କରିଛି । ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି- ଆଜି ଗଜପତି ଲାଗି ଗୌରବର ଦିନ । କିଛି ଦିନ ପୂର୍ବରୁ ଏହି ଯୋଜନା ମାଲକାନଗିରିରେ ଆରମ୍ଭ ହୋଇଥିଲା । ଏହି ଯୋଜନା ଜନଗଣଙ୍କର ଯୋଜନା । ଏହି ଯୋଜନାରେ ଗାଁକୁ ଗାଁକୁ ଯୋଡିହେବ । ଲୋକଙ୍କ ସାମାଜିକ ସମ୍ପର୍କ ମଜଭୁତ ହେବ । ଅର୍ଥନୀତି ସଶକ୍ତ ହେବ ।

ସୂଚନାନୁଯାୟୀ , ଏକ ହଜାରରୁ ଅଧିକ ବସ୍ ଚାଲିବା ସହ ପଞ୍ଚାୟତରେ ବିକାଶର ଧାରା ଜାରି ରହିଛି । ଏହି ଯୋଜନା ଘରେ ଘରେ ଖୁସି ଆଣିବା ସହ  ବ୍ୟାଙ୍କିଙ୍ଗ, ଇଣ୍ଟରନେଟ, ଡିଜିଟାଲର ବିକାଶ ହେବ । ଗଜପତିର ବିକାଶ ଆହୁରି ଉଜ୍ବଳ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Related posts

ଶିଶୁରୋଗ ବିଶେଷଜ୍ଞ ନିଲମ୍ବିତ

mahabharatanews

ଶିମିଳିପାଳ ଭ୍ରମଣରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

mahabharatanews

ସ୍ବର୍ଗତ ସାମ୍ୱାଦିକ ଖଗେଶ୍ବର ତରାଇଙ୍କ ଉଦ୍ଦେଶ୍ୟରେ ଶୋକ ସଭା

mahabharatanews