(କଟକ) : ଫେବୃଆରୀ ୨୭ ତାରିଖ ଅର୍ଥାତ୍ ଆସନ୍ତାକାଲି ବାରବାଟୀ ଷ୍ଟାଡିଅମର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ପ୍ରାୟ ୬ ଶହ କୋଟିର ଏହି ବୃହତ ନିର୍ମାଣ କାମ ପାଇଁ ଶିଳାନ୍ୟାସ ହେବ । ଷ୍ଟାଡିଅମ ପରିସରରେ ପ୍ରାୟ ୨୦ ହଜାର ଲୋକଙ୍କ ସମାଗମ ହେବ ତେବେ ବାରବାଟୀ ଷ୍ଟାଡିୟମ ହେବ ବିଶ୍ବସ୍ତରୀୟ । ଏଥିପାଇଁ ପଦକ୍ଷେପ ନେଇଛନ୍ତି ରାଜ୍ଯ ସରକାର ।
ସୂଚନାନୁଯାୟୀ , ବାରବାଟୀର ଐତିହ୍ୟ ବହନ କରୁଥିବା କ୍ଲକ ଟାୱାର, ହର୍ସ ଗେଟ, କ୍ଲବ ହାଉସ କାନ୍ଥରେ ଥିବା ସ୍ମୃତି ଓ ପେଣ୍ଟିଂକୁ ସଂପୂର୍ଣ୍ଣ ଅକ୍ଷୁର୍ଣ୍ଣ ରଖି କାମ କରାଯିବ । ତେଣୁ ୨୦ ରୁ ଅଧିକ ଅନ୍ତର୍ଜାତିକ ମ୍ୟାଚ, ୭ ଟି ଆଇପିଏଲ ମ୍ୟାଚ, ୨ ଟି ଟେଷ୍ଟ ମ୍ୟାଚର ସଫଳ ଆୟୋଜନ କରି ବିଶ୍ବ କ୍ରୀଡାରେ କଟକ ତଥା ଓଡିଶାର ସୁନାମ ବଢାଇଥିବା ବାରବାଟୀ ପୁଣିଥରେ ବିଶ୍ବସ୍ତରରେ ନିଜର ଚମକ ଫେରି ପାଇବ । ସଚ୍ଚିନ୍ ବାରବାଟୀ ୱାଲ୍ଡ କ୍ଲାସ୍ ଷ୍ଟାଡିୟମ୍ ହେବାକୁ ଥିବାବେଳେ ଏଥିଲାଗି ପ୍ରାୟ ୭୦୦ରୁ ୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ବାରବାଟୀର ୩ଟି ଗ୍ୟାଲେରୀକୁ ନୁଆ ରୂପ ଦିଆଯିବା ସହ ସଂଲଗ୍ନ ରାସ୍ତାର ପ୍ରଶସ୍ତିକରଣ କରାଯିବ। ସବୁଠାରୁ ବଡ଼ କଥା ହେଉଛି କି ଷ୍ଟାଡିୟମର ଦର୍ଶକ ସଂଖ୍ୟା ୪୨ ହଜାରରୁ ୬୦ ହଜାରକୁ ବୃଦ୍ଧି କରାଯିବ ଏବଂ ବିଦେଶୀ ଷ୍ଟାଡିୟମ ଭଳି ସାଧାରଣ ଗ୍ୟାଲେରୀ ବଦଳରେ ବକେଟ୍ ସିଟ୍ର ବ୍ୟବସ୍ଥା କରାଯିବ ।